ସାବିତ୍ରୀ ବ୍ରତ ପାଇଁ ଦରକାର ୨୧ ପ୍ରକାର ଫଳ ଭୋଗ, ବଜାର ଦର ଆକାଶଛୁଆଁ

ରେଙ୍ଗାଲିକ୍ୟାମ୍ପ : ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ସଧବା ନାରୀମାନେ ଏହି ବ୍ରତ କରିଥାନ୍ତି। ଏହି ବ୍ରତର ରୀତିନୀତି ଅନୁଯାୟୀ ମୁଖ୍ୟତଃ ୨୧ ପ୍ରକାର ଫଳ ଭୋଗ ଏହାର ମୁଖ୍ୟ ଆକର୍ଷଣ। ପୁରାଣ ଅନୁଯାୟୀ ସାବିତ୍ରୀ ତାଙ୍କ ସତୀତ୍ୱ ବଳରେ ଯମ ରାଜାଙ୍କ ଠାରୁ ନିଜ ସ୍ବାମୀଙ୍କ ଜୀବନ ଫେରାଇ ଆଣିଥିଲେ। ତେଣୁ ସେହି ଦିନଠାରୁ ସ୍ବାମୀ ଅନୁରକ୍ତା ନାରୀ ନିଜର ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ନିଷ୍ଠାର ସହ ପାଳନ କରିବା ପରମ୍ପରା ରହିଛି। ଚୁଡ଼ି ଲାଖ ସାଙ୍ଗକୁ ୨୧ ପ୍ରକାରର ଫଳ ଭୋଗ ଲଗାଇ ମା’ ସାବିତ୍ରୀଙ୍କୁ ପୂଜା କରାଯାଏ। ତେଣୁ ସ୍ବାମୀମାନେ ଲାଗିପଡିଛନ୍ତି ଫଳ କିଣାରେ। ହେଲେ ଫଳ ଦରକୁ ଦେଖି ସ୍ବାମୀଙ୍କ ଚିନ୍ତା ବଢ଼ିଯାଇଛି। ବଜାରରେ ବିକ୍ରି ହେଉଥିବା କୁସୁମ, କେନ୍ଦୁ, ସପୁରୀ, ପିସ୍ତା ବାଦାମ ଆଦି ଫଳ ଗୁଡ଼ିକ କଷି ଆଉ କଞ୍ଚା। ତଥାପି ବଜାରରେ ଆଜି ଏଗୁଡ଼ିକର ଚାହିଦା ଏତେ ବଢ଼ିଯାଇଛି,ହାତଦେଇ ହେଉନି। ଦଶ ଟଙ୍କାରେ ଦଶଟି କଞ୍ଚା ଖଜୁରୀ। ଶୁଖିଲା ମହୁଲ ଦଶ ଟଙ୍କାରେ ଦୁଇ ଚାମଚ। ଗୋଟିଏ ଚମଚରେ ହୁଏତ ଦଶଟି ବି ରହୁ ନଥିବ। କମଳା ଅଙ୍ଗୁର କଥା କିଏ ପଚାରେ।

 

prayash

ଫଳ ବଜାରକୁ ଦେଖି ସ୍ବାମୀମାନେ ମୁଣ୍ଡରେ ହାତ ଦେଉଛନ୍ତି। ଫଳ ସହିତ ବଢ଼ିଛି ଲୁଗା ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜଣେ ଗରିବ ଖଟିଖିଆ ସ୍ବାମୀ ଆପ୍ରାଣ ଚେଷ୍ଟା କରି ଚାଲିଛନ୍ତି ସାବିତ୍ରୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ। କାରଣ ରୀତିନୀତି ଓ ପରମ୍ପରାକୁ ବାଦ ଦେଇ ମଣିଷ ସମାଜରେ ଚଲିବା ବଡ କଷ୍ଟକର। ଗତ ଦୁଇ ବର୍ଷ ଧରି କରୋନା ପ୍ରଭାବରେ ପୂଜା ପର୍ବ ସବୁ ଫିକାପଡିଯାଇଥିଲା। ଚଳିତ ବର୍ଷ କରୋନାର ଭୟ ତୁଟିଯାଇଛି, ହେଲେ ଫଳ ଦର ମଣିଷ ମନରେ କାରୋନା ଠାରୁ ବି ବେଶୀ ଭୟ ଦେଉଥିବା ପ୍ରତୀତ ହେଉଛି।

kalyan agarbati

Comments are closed.