www.samajalive.in
Sunday, December 7, 2025
26.1 C
Bhubaneswar

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁମୋଦିତ ଡାକ୍ତରଖାନାକୁ ବରଗଡ଼ ଜିଲ୍ଲାପାଳଙ୍କ ପରିଦର୍ଶନ

ରେଙ୍ଗାଲିକେମ୍ପ : ରାଜ୍ୟରେ ଜନସାଧାରଣଙ୍କ ଜୀବନଯାପନ ପ୍ରଣାଳୀ ଓ ସ୍ବାସ୍ଥ୍ୟ ବସ୍ଥାରେ ସୁଧାର ଆଣିବା ତଥା ସାମ୍ପ୍ରତିକ କରୋନା ମହାମାରୀ ରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରସ୍ତୁତ କରିଛନ୍ତି।ଏହି ଯୋଜନାରେ ପ୍ରତି ରାସନ୍ କାର୍ଡ ଧାରୀଙ୍କୁ ମିଳିଛି ସ୍ମାର୍ଟ କାର୍ଡ। ଏହି କାର୍ଡ ରେ ହିତାଧିକାରୀ ପରିବାରକୁ ତାଲିକା ଭୁକ୍ତ କରି ଘରୋଇ ଚିକିତ୍ସାଳୟରେ ମିଲିବ ବର୍ଷକୁ ପାଞ୍ଚଲକ୍ଷ ଓ ପରିବାରର ମହିଳା ସଦସ୍ୟ ପାଇଁ ଆଉ ପାଞ୍ଚ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ କାର୍ଡ ମାଧ୍ୟମରେ ଘୋଷଣା କରିଛନ୍ତି।
ତେଣୁ ଏହି କାର୍ଡ ପାଇଥିବା ହିତାଧିକାରୀ ମାନେ ଉପଯୁକ୍ତ ସୁବିଧା ପାଉଛନ୍ତି ନା ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ଆଜି ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ କଦୋବ।ହ।ଲ ଶାନ୍ତି ଘରୋଇ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଥିଲେ।ଉକ୍ତ ଚିକିତ୍ସାଳୟରେ ଚିକତ୍ସିତ ହେଉଥିବା ପୁରୀ ଜିଲ୍ଲା ପିପିଲି ର ହାମିଦା ବିବି ଓ ଭଟଲି ଚୋର ଗିଣ୍ଡୁଲା ଗ୍ରାମର ସୂର୍ୟ୍ୟକାନ୍ତୀ ଭୋଇ ଙ୍କୁ ପଚାରି ବୁଝିବାରୁ ସେମାନେ ଏହି କାର୍ଡ ଯୋଗୁ ସେମାନେ ବିନା ଶୁଳ୍କ ରେ ଚିକିତ୍ସିତ ହେଉଛନ୍ତି ବୋଲି କହିଥିଲେ।ଏହାପରେ ସେ ଚିକିତ୍ସାଳୟର ପଞ୍ଜିକରଣ ରେଜିଷ୍ଟ୍ରାର ଖାତାକୁ ଦେଖିଥିଲେ। ଯେଉଁଥିରେ ପୂର୍ବରୁ ୭ଜଣ ଏହି ଯୋଜନାରେ ଚିକିତ୍ସିତ ହୋଇ ଫେରିଥିବା ଉଲ୍ଲେଖ ରହିଥିଲା। ସେଇ ସାତଜଣ ହିତାଧିକାରୀ ହେଲେ ଭେଡେନ ଅଏଁଲା ପାଲି ର ଘନଶ୍ୟାମ ନାଏକ, କାଦୋବାହାଲ ର ରିନା ରୋହିଦାସ ଓ ଖିରେଶ୍ୱରି ରୋହିଦ।ସ,ଘେଁସ ର କର୍ପୁର ପ୍ରଧାନ,ମେଲଛମୁଣ୍ଡା ର ପ୍ରଭାସିନୀ ପଟେଲ,ପଣ୍ଡକି ପାଲି ର କିଶୋରୀ ଭୋଇ ଓ ଝଏର ର ଯାମିନି ସା ।ଏମାନେ ମାଗଣାରେ ଚିକିତ୍ସିତ ହୋଇ ଫେରିଛନ୍ତି ବୋଲି ପରିଚାଳକ ଜ୍ୟୋତିକିରଣ ଶର୍ମା ଓ ଡଃ ଅରୁଣ ଶର୍ମା ପ୍ରକାଶ କରିଥିଲେ।ଏହା ବ୍ୟତୀତ ଜିଲ୍ଲାପାଳ ସମସ୍ତ ସ୍ବାସ୍ଥ୍ୟ କୋଠରୀ ବୁଲି ଦେଖୁଥିଲେ ଓ ଉନ୍ନତ ବ୍ୟବସ୍ଥା ଥିବା ଦେଖି ପ୍ରଶଂସା କରିଥିଲେ।ଯେଉଁ ମାନେ ରାସନ୍ କାର୍ଡ ପାଇଛନ୍ତି କିନ୍ତୁ ଏହି ସ୍ବାସ୍ଥ୍ୟ କ।ର୍ଡ ପାଇ ନାହାନ୍ତି, ସେମାନେ ଆବେଦନ କଲେ ପୁଣି ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories