ଅତାବିରା ବ୍ଲକରେ ବିଜେଡିକୁ ସଫଳତା: ଗୋଟିଏ ସରପଞ୍ଚ ପଦରେ ସନ୍ତୁଷ୍ଟ ବିଜେପି, ଖାତା ଖୋଲିପାରିଲାନି କଂଗ୍ରେସ
ରେଙ୍ଗାଲିକ୍ୟାମ୍ପ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅତାବିରାରେ ବିଜେଡିର ଏକତରଫା ବିଜୟୀ ହେବା ବିଜେପି ଓ କଂଗ୍ରେସ ଦଳକୁ ଶକ୍ତ ଆଘାତ ଦେଇଛି। ଏଠାରେ ପୁଣି ଥରେ ପଞ୍ଚାୟତ ଗଢ଼ିବ ବିଜେଡି। ଅତାବିରା ବ୍ଲକର ୨୪ଟି ପଞ୍ଚାୟତକୁ ନେଇ ଗଠିତ ୪ଟି ଜୋନ ପାଇଁ ଜିଲା ପରିଷଦ ଆସନରେ ବିଜେଡି ସଫଳତା ପାଇଛି। ପ୍ରଥମ ଜୋନରେ ଜିଲା ପରିଷଦ ଆସନ ପାଇଁ ବିଜେଡିର ସୁଦାମ ଜାଲ ୫୫୦୦ଟି ଭୋଟ, ରଣଜିତ୍ ସାହୁ ୩୯୫୮ଟି ଭୋଟ, ମମତା ପ୍ରଧାନ ୭୦୦୧ଟି ଭୋଟ ଏବଂ ଚତୁର୍ଥ ଜୋନ ରେ ଶମ୍ଭୁ ସେଠ୍ ୫୦୭୩ ଟି ଭୋଟ ପାଇ ସେମାନଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ବିଜୟ ଲାଭ କରିଛନ୍ତି। ଠିକ୍ ସେହିପରି ୨୪ ପଞ୍ଚାୟତ ମଧ୍ୟରୁ ୨୩ ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଆସନ ପାଇଁ ମଧ୍ୟ ବିଜେଡି ବlଜିମାରିଛି।
ପ୍ରଥମ ଜୋନ ଅନ୍ତର୍ଗତ ଅମଲିପାଲି ପଞ୍ଚାୟତରେ ସରପଞ୍ଚ ସୁନନ୍ଦା ବିଶ୍ଵାଳ ଓ ସମିତି ସଭ୍ୟା ଗୀତାଞ୍ଜଳି ନାଏକ, ଜାଙ୍ଗେଡ଼ ପଞ୍ଚାୟତରେ ସରପଞ୍ଚ ଭାଗବତୀଆ ସିଂ ଓ ସମିତି ସଭ୍ୟ ଅର୍ଜୁନ ବିଭାର, ଟାଙ୍ଗରପାଳି ପଞ୍ଚାୟତରେ ସରପଞ୍ଚ ରୋହିଣୀ ପ୍ରଧାନ ଓ ସମିତି ସଭ୍ୟା ହରିପ୍ରିୟା ବିଶ୍ବାଳ, ସିଲେଟ ପଞ୍ଚାୟତରେ ସରପଞ୍ଚ ନିରୁପମା ଷଣ୍ଢ ଓ ସମିତି ସଭ୍ୟା ଗୀତା ମିର୍ଦ୍ଧା , ଲହଣ୍ଡା ପଞ୍ଚାୟତରେ ସରପଞ୍ଚ ଅର୍ଜୁନ ନାଏକ ଓ ସମିତି ସଭ୍ୟା ଦୁର୍ଲଭ ଭୋଶାଗର୍, ଖରମୁଣ୍ଡା ପଞ୍ଚାୟତରେ ସରପଞ୍ଚ କଲାସାହେବ ଭୋଇ ଓ ସମିତି ସଭ୍ୟ ଆଦିତ୍ୟ ରାଉତ, ପାହାରଶ୍ରିଗିଡ଼ା ପଞ୍ଚାୟତରେ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଓ ସମିତି ସଭ୍ୟା ପ୍ରେମସିଲା ତପ୍ନୋ, ଦ୍ବିତୀୟ ଜୋନ ଅନ୍ତର୍ଗତ ୫ଟି ପଞ୍ଚାୟତ ମଧ୍ୟରୁ ଟୋପ ପଞ୍ଚାୟତ ରେ ସରପଞ୍ଚ ଡିଲେଶ୍ବରି ବୁଡା ଓ ସମିତି ସଭ୍ୟ ଉକିଳ ଭାତପାହର, ଚକୁଳି ପଞ୍ଚାୟତରେ ସରପଞ୍ଚ ତ୍ରିନାଥ ପ୍ରଧାନ ଓ ସମିତି ସଭ୍ୟା ନିଶାମଣି ମିରିଗ, ହିର୍ଲିପାଳୀ ପଞ୍ଚାୟତରେ ସରପଞ୍ଚ କବିତା ସାହୁ ଓ ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ, ଲଚିଦା ପଞ୍ଚାୟତରେ ସରପଞ୍ଚ ପୁଷ୍ପା ନାଏକ ଓ ସମିତି ସଭ୍ୟା ମିତା ପତି, ଲରାସରା ପଞ୍ଚାୟତରେ ସରପଞ୍ଚ କୀର୍ତ୍ତନ ସେଠ୍ ଓ ସମିତି ସଭ୍ୟା ମନୋରମା ଦେହେରୀ, ତୃତୀୟ ଜୋନ ଅନ୍ତର୍ଗତ ୫ ଟି ପଞ୍ଚାୟତ ମଧରୁ ବୁଗୁବୁଗା ପଞ୍ଚାୟତରେ ସରପଞ୍ଚ ଶେଷଦେବ ଛନ୍ଦ ଓ ସମିତି ସଭ୍ୟ କୈଳାଶ ଧରୁଆ, ଜହ୍ନାପଡା ପଞ୍ଚାୟତରେ ସରପଞ୍ଚ ସୁବାସିନି ତରିଆ ଓ ସମିତି ସଭ୍ୟା ଭୂମିଶୁତା ପଧାନ,ଝିଲିମିଣ୍ଡା ପଞ୍ଚାୟତରେ ସରପଞ୍ଚ ପୂଜା କୁମ୍ଭାର ଓ ସମିତି ସଭ୍ୟା ମଞ୍ଜୁଲତା ବଢ଼ାଇ , କୁଲୁଣ୍ଡା ପଞ୍ଚାୟତରେ ସରପଞ୍ଚ ହେମାନନ୍ଦ ସେଠ୍ ଓ ସମିତି ସଭ୍ୟ ବିଶ୍ବମ୍ବର ଭୁଏ, ମନାପଡା ପଞ୍ଚାୟତରେ ସରପଞ୍ଚ ସୁକାନ୍ତି ଦୀପ ଓ ସମିତି ସଭ୍ୟା ପିଙ୍କି ତାଣ୍ଡି, ଚତୁର୍ଥ ଜୋନ ଅନ୍ତର୍ଗତ ୭ ପଞ୍ଚାୟତ ମଧ୍ୟରୁ ଦୁଲମପୁର ପଞ୍ଚାୟତରେ ସରପଞ୍ଚ ଭି.ଭେଙ୍କେନା ବାବୁ ଓ ସମିତି ସଭ୍ୟ ବସୁଧା ମାଝୀ, କାଦୋବାହାଳ ପଞ୍ଚାୟତରେ ସରପଞ୍ଚ ଗିରିଧାରୀ ପ୍ରଧାନ ଓ ସମିତି ସଭ୍ୟ ଅନନ୍ତ ମେହେର, କୁଲିତା ଟୁକୁରା ପଞ୍ଚାୟତରେ ସରପଞ୍ଚ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ ଓ ସମିତି ସଭ୍ୟା ଆନନ୍ଦିନୀ ଦାଶ , କୁମେଲାସିଂହା ପଞ୍ଚାୟତରେ ସରପଞ୍ଚ କୁମୋଦିନି ମହାନନ୍ଦ ଓ ସମିତି ସଭ୍ୟା ବନିତା ନାଗ, ଲରଂଭା ପଞ୍ଚାୟତରେ ସରପଞ୍ଚ ସାବିତ୍ରୀ ପଣ୍ଡା ଓ ସମିତି ସଭ୍ୟା ସୁମିତ୍ରା ରଣା, ଟାମ୍ପରସରା ପଞ୍ଚାୟତରେ ସରପଞ୍ଚ ରାଜ କିଶୋର ଛନ୍ଦ ଓ ସମିତି ସଭ୍ୟ ଦିବ୍ୟ ନାରାୟଣ କର ବିଜୟ ଲାଭ କରିଛନ୍ତି। କେବଳ ଗୋଡ଼ଭଗା ପଞ୍ଚାୟତରେ ବିଜେପିର ସରପଞ୍ଚ ମଞ୍ଜୁଲତା ସେଠ୍ ଓ ସମିତି ସଭ୍ୟ ପଙ୍କଜିନି ବାଗ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲିପlରିଲାନି।
Comments are closed.