www.samajalive.in
Sunday, December 7, 2025
26.1 C
Bhubaneswar

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଉଦ୍‌ଘାଟିତ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲା ଅତାବିରା ଏନ୍‌ଏସି ସ୍ଥିତ ଅଗ୍ରସେନ୍ ଭବନ ଠାରେ ୭୭ତମ ସ୍ବାଧିନତା ଦିବସ ଉପଲକ୍ଷେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଅତାବିରା ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ସତ୍ୟନାରାୟଣ ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। ମୁଖ୍ୟ ଅତିଥି ଦ୍ବାରା ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଫଟୋ ଚିତ୍ରରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ସଂଘ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପ୍ରଥମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ତାଣ୍ଡି ଚକ୍ଷୁ ପରୀକ୍ଷା କରାଇ ଥିଲେ। ଶିବିରକୁ ଆସିଥିବା ଚକ୍ଷୁ ରୋଗୀଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଡାକ୍ତରୀ ଟିମ୍‌ଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା ହେବା ସହ ଔଷଧ ଓ ଚଷମା ଦେଇ ଚିହ୍ନଟ ରୋଗୀଙ୍କୁ ଅପରେସନ ପାଇଁ ପଠାଇ ଦିଆଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ହେବାକୁ ଥିବାବେଳେ ଚକ୍ଷୁ ପରୀକ୍ଷା ସହ ଆସନ୍ତା କାଲି ମାଗଣା ସ୍ବାସ୍ଥ୍ୟ ଶିବିର ହେବ ବୋଲି ସଂଘ ପକ୍ଷରୁ ଜଣାପଡିଛି। ଏହି ଶିବିରରେ ତ୍ରିଲୋଚନ ନେତ୍ରାଲୟର ଡ ଭିକ୍ରାନ୍ତଙ୍କ ସହ ଓସିଏ ମୋନାଲିସା ସାହୁ, ଅପ୍ଟିକଲ ଅତିସ ଚିନାରା,ବଳଭଦ୍ର ତିର୍କୀ, ଲିପିରାଣୀ ଭୋଇ, ଟି. କେଶ୍ୱରୀ ମହାନନ୍ଦ, ନିକିତା ଓରାମ ଓ ସଙ୍ଗୀତା ପ୍ରମୁଖ ଯୋଗ ଦେଇ ଅତାବିରା ବ୍ଲକର ଶତାଧିକ ଚକ୍ଷୁ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories