ପରିବର୍ତ୍ତନ ହେଉ ‘ରୋଷେଇ ବଗିଚା’ ଯୋଜନା ନାମ
ରେଙ୍ଗାଲି: ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ପୁଷ୍ଟିକର ‘ରୋଷେଇ ବଗିଚା’ ଯୋଜନାର ନାମ ପରିବର୍ତ୍ତନ କରାଯାଇ ‘ମୋ ବିହନ ମୋ ବଗିଚା’ ନାମରେ କାର୍ଯ୍ୟକାରୀ କରାଯାଉ ବୋଲି ମହିଲା ଜନ ସଂଘର୍ଷ ସମିତି ସମ୍ବଲପୁର ପକ୍ଷରୁ ଦାବି କରାଯାଇଛି। ରେଙ୍ଗାଲି ବ୍ଳକ୍ ଲଇଡା ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ରାଜୀବ ଲୋଚନ ପାଠାଗାରର ପୂଜ୍ୟପୂଜା ସଂସଦ କକ୍ଷରେ ମହିଲା ଜନ ସଂଘର୍ଷ ସମିତି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ବଳିନୀ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସଂଘର୍ଷ ସମିତିର ଜିଲା ସଂଯୋଜକ ପରଦେଶୀ ମିର୍ଦ୍ଧା ସୂଚନା ପ୍ରଦାନ କରି ରୋଷେଇ ବଗିଚା ଯୋଜନାର ନାମ ପରିବର୍ତ୍ତନ କରି “ମୋ ବିହନ ମୋ ବଗିଚା” ନାମରେ ନାମିତ କରିବାକୁ ଦାବି କରିଥିଲେ।
ଏହି ଅବସର ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ପୃଷ୍ଟି, ବରିଷ୍ଠ ନାଗରିକ ଅନିରୁଦ୍ଧ କୁଅଁର. ଶାସନ କଳେଜର ଅଧ୍ୟକ୍ଷ ଶୋଷିତ ନାୟକ,ଡିଏସ୍ କଳେଜର ଅଧ୍ୟାପକ ବିଶ୍ୱନାଥ ପଟେଲ, ସାମ୍ବାଦିକ ହରିହର ନାଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ନାଥ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜନସଂଘର୍ଷ ସମିତିର ରେଙ୍ଗାଲି ବ୍ଳକ୍ ସଂଯୋଜକ ଉପେନ୍ଦ୍ର ମହାନନ୍ଦ, ଦାଶରଥି ସିଂହ,ଅନିରୁଦ୍ଧ ମରେଇ,ପୁଷ୍ପାଞ୍ଜଳି ନାଗ, କୁମୁଦିନ ଛଞ୍ଚାଣ, ପଙ୍କଜୀନି ବାଗ, ସରିତା ପଟେଲ ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
Comments are closed.