www.samajalive.in
Friday, December 12, 2025
16.1 C
Bhubaneswar

ଜଳଭଣ୍ଡାର ଜମିରେ ବିସ୍ତାରିତ ହେଉଛି ପାଉଁଶ ପାହାଡ

ରେଙ୍ଗାଲି: କୁହାଯାଏ ନିୟମ ସମସ୍ତ ଙ୍କ ପାଇଁ ସମାନ। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ ପାଇଁ ଆଇନ୍ କଡାକଡି ଭାବରେ ଲାଗୁ ହେଉଥିବା ବେଳେ କଳକାରଖାନା ଲାଗି କୋହଳ ହେଉଥିବା ଦେଖିବାକୁ ମିଳୁଛି। ଗୁରୁପାଲିରେ ପ୍ରତିଷ୍ଠିତ ବିରାଜ ଷ୍ଟିଲ ଆଣ୍ଡ୍ ଏନର୍ଜି କାରଖାନା ପ୍ରଦୁଷଣ ନିୟନ୍ତ୍ରଣ ନିୟମ ଏବଂ କଳ ସମ୍ପଦ ବିଭାଗର ନିୟମକୁ ଖାତିର ନକରି ମନମୁଖି କାରବାର ଚଲାଇଥିବା ଅଭିଯୋଗ ହୋଇଛି। କିଛି ବର୍ଷ ତଳେ ପୁଡାପଡାରେ ହିରାକୁଦ ଜଳଭଣ୍ଡାର ପାଖରେ ଏହି କାରଖାନାର ଏକ ଛୋଟ ପାଉଁଶ ସ୍ତୁପ (ପାଉଁଶ ପୋଖରୀ) ରହିଥିଲା। ସଂପ୍ରତି ଏହା ଦିନକୁ ଦିନ ବଡ ଆକାର ହୋଇ ପାହାଡ ଆକୃତି ଧାରଣ କରି ହୀରାକୁଦ ଜଳଭଣ୍ଡାର ଜମି ଆଡକୁ ବିସ୍ତାରିତ ହେବାରେ ଲାଗିଛି। ହୀରାକୁଦ ଜଳ ଭଣ୍ଡାରରେ ମାଛ ମାରିବାକୁ ହେଲେ ଅନୁମତି ଦରକାର। ଅନ୍ୟଥା ଜୋରିମାନା ଏବଂ ଦଣ୍ଡ ଭୋଗିବାକୁ ପଡେ।

ଜଳଭଣ୍ଡାର ତଟବର୍ତ୍ତି ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ଦେବାକୁ ଅନୁମତି ମିଳୁନାହିଁ। କୌଣସି ଚାଷି ପମ୍ପସେଟ୍ ବସାଇ ଫସଲ କୁ ମରୁଡି ଦାଉ ରୁ ରକ୍ଷା କରିବାକୁ ଜଳଭଣ୍ଡାରରୁ ପାଣି ନେଲେ ବିଭାଗୀୟ ଅଧିକାରୀ ପମ୍ପସେଟ ଜବତ କରି ସଂପୃକ୍ତ ଚାଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁଛନ୍ତି। କେନାଲ ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ। ପାଣି ପାଇଁ ଲୋକେ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ବିରାଜ୍ ଷ୍ଟିଲ୍ କରଖାନାରୁ ନିର୍ଗତ ବର୍ଜ୍ୟ ପାଉଁଶ ଜଳଭଣ୍ଡାର ଜମିରେ ଡମ୍ପିଁଂ ହେଉଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ନୀରବଦ୍ରଷ୍ଟା ରହିବା ବିଡମ୍ବନାର ବିଷୟ ବୋଲି ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

- Advertisement -

କମ୍ପାନୀର ପାଉଁଁଶ ପାହାଡ(ପୋଖରୀ ) ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ପାଇ ବିଗତ ଦିନରେ ସମ୍ବଲପୁର ସ୍ଥିତ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଏକ ବିଶେଷଜ୍ଞ ଦଳ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ପାଉଁଶ ପୋଖରୀକୁ କାଟି ଛୋଟ କରିବାକୁ ବିଶେଷଜ୍ଞ ଦଳ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବା ସହିତ ପାହାଚ ପଦ୍ଧତିରେ ପାଉଁଶ ଡମ୍ପିଂ କରିବା ଏବଂ ପାଉଁଶ ଯେମିତି ପାଶ୍ୱର୍ବର୍ତ୍ତି ଅଞ୍ଚଳକୁ ବର୍ଷା ଋତୁରେ ପ୍ରସାରିତ ନହେବ ସେଥିପାଇଁ ଗାର୍ଡ ୱାଲ କିମ୍ବା ଷ୍ଟ୍ରେଞ୍ଚ ଆଦିର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ।

କିନ୍ତୁ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦେଶକୁ ବେଖାତିର କରି କମ୍ପାନୀ ପାଉଁଶ ପୋଖରି ଛୋଟ କରିବା ପରିବର୍ତ୍ତେ ଆହୁରି ସଂପ୍ରସାରିତ କରିବାରେ ଲାଗିଛି। ବୋର୍ଡର ଅନ୍ୟ ନିର୍ଦେଶକୁ ମଧ୍ୟ କମ୍ପାନୀ ଅନୁପାଳନ କରୁ ନାହିଁ। ସରକାରୀ ନିୟମର ଏଭଳି ଖୋଲା ଉଲ୍ଲଙ୍ଘନ ସଚେତନ ନାଗରିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories