ରେଙ୍ଗାଲି: କୁମାର ପୂର୍ଣିମା ବଏଲ୍ ଯାତ୍ରା ଉପଳକ୍ଷେ ଲଇଡା ଜଗନ୍ନାଥ ଖେଳ ପଡିଆରେ ଚାଲିଥିବା ପ୍ରେମ୍ ଅଧାର ସ୍ମାରକୀ ଦୁଇ ଦିବସୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲରେ ଭାଗିପାଲି ଫୁଟ୍ବଲ ଟିମ୍ ଚେରଙ୍ଗାମାଲ ଦଳକୁ ପରାସ୍ତ କରି ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ଖେଳ ଶେଷରେ ଶୋଷିତ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମରେ ଯୁବ ନେତା ଚିନ୍ତା ବାଗ ଏବଂ ପିଣ୍ଟୁ ବେହେରା ଅତିଥି ରୂପେ ଯୋଗ ଦେଇ ବିଜେତା ଦଳକୁ ଚମ୍ପିଆନ୍ ଟ୍ରଫି ସହ ୧୦ ହଜାର ଟଙ୍କା ଏବଂ ପରାଜିତ ଦଳକୁ ରନର୍ସ ଅପ୍ ଟ୍ରଫି ସହ ୬ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।
Popular Categories



