ରେଙ୍ଗାଲି: ରେଙ୍ଗାଲି ବ୍ଲକର ଝାଙ୍କରପାଲି-ଲାଉମାଲ ତୁଲାରମା ସ୍ଥିତ ସମଲେଶ୍ୱରୀ ପୀଠ ରେ ମଧ୍ୟ ୯ତାରିଖ ରାତି ରେ ବଏଲ୍ ଯାତ୍ରା ପାରମ୍ପାରିକ ବିଧିବିଧାନ ଅନୁସାରେ ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି। ଶାକ୍ତ ପରମ୍ପରା ଅନୁସାରେ ସମଲେଶ୍ୱରୀ ଦେବୀ ଙ୍କ ପୂଜା ଅର୍ଚ୍ଚନା ଚଣ୍ଡିପାଠ ହୋଇ ଆଦି ବିଧି ସମ୍ପନ୍ନ କରାଯାଇ ଦେବୀ ବାହନ ବରୁଆ ଶରୀର ରେ ଦୈବୀ ଶକ୍ତି ସଂଚାର ପାଇଁ ପୁଜକ ମନ୍ତ୍ର ପ୍ରୟୋଗ କରିଥିଲେ। ପୂଜକଙ୍କ ମନ୍ତ୍ରରେ ବରୁଆ ôଶୀରବ ରେ ଦୈବୀ ଶକ୍ତି ସଂଚରିତ ହେଲା ପରେ ଢୋଲ୍ ନିସାନ୍ ,ତାସା,ମହୂରି, ଘଣ୍ଟ,ଘଣ୍ଟା ଆଦି ବାଦ୍ୟ ର ଷୋହଲ ଭରନି ବାଦ୍ୟ ତାଳରେ ନୃତ୍ୟ କରି ବରୁଆ ଗ୍ରାମ୍ୟ ପରିକ୍ରମାରେ ବାହାରିଥିଲେ। ଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ପ୍ରବଳ ଭିଡ ଲାଗି ରହିଥିଲା।
Popular Categories



