www.samajalive.in
Saturday, December 13, 2025
14.1 C
Bhubaneswar

ସରିଲା ଲଇଡାର ବଏଲ୍‍ ଯାତ୍ରା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ଠାରେ ଥିବା ଅଞ୍ଚଳର ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ୍‍ ଯାତ୍ରା ୯ ତାରିଖରୁ ଆରମ୍ଭ ହୋଇ ଆଜି ଅପରାହ୍ନରେ ଉଦ୍‍ଯାପିତ ହୋଇଛି। ବଏଲ୍‍ ଯାତ୍ରା ଉପଲକ୍ଷେ ଶାକ୍ତ ବିଧି ବିଧାନ ପରମ୍ପରା ଅନୁସାରେ ଦେବୀ ସମଲେଶ୍ୱରୀଙ୍କ ପୀଠରେ ଚଣ୍ଡିପାଠ ହୋମ ଆଦି ସମ୍ପନ୍‍ ହେବା ଅବସରରେ ଦେବୀ ବାହନ ବରୁଆ ଶରୀରରେ ଦୈବୀ ଶକ୍ତି ସଂଚାର ପାଇଁ ପୁରୋହିତ ମନ୍ତ୍ର ତନ୍ତ୍ର ପ୍ରୟୋଗ କରିଥିଲେ। ପୁରୋହିତଙ୍କ ମନ୍ତ୍ରରେ ବରୁଆ ଦେହରେ ଦୈବୀ ଶକ୍ତି ସଂଚରିତ ହୋଇଥିଲା। ଢୋଲ୍‍ ନିସାନ୍‍, ତାସା, ମହୂରୀ, ଗିନି, ଘଣ୍ଟା ବାଦ୍ୟ ସମନ୍ୱିତ ଷୋହଳ ଭର୍‍ନି ବାଦ୍ୟ ତାଳରେ ବରୁଆ ସମଲେଶ୍ୱରୀଙ୍କ ସାକ୍ଷାତ ଅବତାର ସାଜି ଗ୍ରାମ୍ୟ ପରିକ୍ରମାରେ ବାହାରି ଭକ୍ତଙ୍କୁ ଦର୍ଶନ ଏବଂ ଆଶିର୍ବାଦ ଦେବାକୁ ମନ୍ଦିରରୁ ଛତର ବାଉତି, ମଶାଳ, ପାଟଖଣ୍ଡା ସହ ଗ୍ରାମ୍ୟ ପରିକ୍ରମାରେ ବାହାରି ଥିଲେ।

ଗ୍ରାମ୍ୟ ପରିକ୍ରମା ଅବସରରେ ବରୁଆକୁ ଘରେ ଘରେ ସ୍ୱାଗତ କରାଯାଇ ପୂଜା ଅର୍ଚ୍ଚନା କରାଯାଇ ବିଭିନ୍ନ ସ୍ଥାନରେ ଛେଳି, କୁକୁଡା ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଦେଇ ଭୋଗ ଅର୍ପଣ କରାଯାଇଥିଲା। ବରୁଆ ଗ୍ରାମ୍ୟ ପରିକ୍ରମା ସାରି ଅପରାହ୍ନରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରେ ଜମିଦାର ପୃଥ୍ୱୀରାଜ ସିଂହ, ଦିଲ୍ଲିପ ସିଂହ, ଦେବରାଜ ସିଂହଙ୍କ ତତ୍ୱାବଧାନରେ ବରୁଆ ଚାଚେରୀ ନୃତ୍ୟ କରିଥିଲେ। ପୁରୋହିତ ମନ୍ତ୍ର ପ୍ରୟୋଗ କରି ବରୁଆ ଶରୀରରୁ ଦୈବୀ ଶକ୍ତି ଅପସାରିତ କଲା ପରେ ବଏଲ୍‍ ଯାତ୍ରା ସମାପିତ ହୋଇଥିଲା।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories