ଲଇଡା ବଳିଯାତ୍ରା ପାଇଁ ପୂଜା କମିଟି ଗଠନ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଳିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୭୭୦ ମସିହାରୁ ଲଇଡାରେ ଅନୁଷ୍ଠିତ ହୋଇ ଆସୁଥିବା ବଳିଯାତ୍ରା ଆୟୋଜନ ଏବଂ ପରିଚବାଳନା ପାଇଁ ପୂଜା କମିଟି ଗଠନ କରାଯାଇଛି । ସମଲେଶ୍ୱରୀ ମନ୍ଦିର ସ୍ଥାୟୀ କମିଟିର ଉପ-ସଭାପତି ଗୋପବନ୍ଧୁ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଅକ୍ଟୋବର ୯ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ପ୍ରସିଦ୍ଧ ବଳିଯାତ୍ରା ପାଇଁ ସର୍ବସମ୍ମତି କ୍ରମେ ନୂତନ ପୂଜା କମିଟି ଗଠନ କରାଯାଇଛି ।
କମିଟିରେ ପ୍ରକାଶ ପୃଷ୍ଟି, ପ୍ରେମଦୀପ ସାହୁ (ପିଣ୍ଟୁ) ଏବଂ ରାଜେଶ ପୃଷ୍ଟିଙ୍କୁ ନେଇ ସର୍ବସମ୍ମତି କ୍ରେମ ସଭାପତି ମଣ୍ଡଳି ଗଠନ କରାଯାଇଥିବା ବେଳେ ତପନ ବେହେରା, ଡିଲେଶ୍ୱର ରଣା, କବିର ଶରଣ ନାଏକଙ୍କୁ ଉପ-ସଭାପତି ରୂପେ ମନୋନୀତ ହୋଇଛନ୍ତି । ସନ୍ଦେଶ ପୃଷ୍ଟି ଅନୀଲ କୁମାର ପଟେଲ, ସନ୍ତୋଷ ପ୍ରଧାନ ସମ୍ପାଦକ ମନୋନୀତ ହୋଇଛନ୍ତି । ରାହୁଲ ପଟୁଆ, ବାବୁଲୁ ପ୍ରଧାନ, ସୌରଭ ମହାପାତ୍ର, ବିବେକ ତିଓାରୀ, ସୁଜର ସରାଫ ସହ-ସମ୍ପାଦକ ଏବଂ ଭବାନୀ ଶଙ୍କର ସାହୁ (ବାଲୁ)ଙ୍କୁ ସର୍ବସମ୍ମତି କ୍ରମେ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଛି ।
ବୈଠକରେ ସ୍ଥାୟୀ କମିଟିର ସମ୍ପାଦକ ସଲିଲ ନାଏକ, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ଭୋଇ, ବୀରେନ୍ଦ୍ର ନାଏକ, ସନ୍ତୋଷ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିୱାରି, ସମିତି ସଭ୍ୟା ସଞ୍ଜିବନୀ ବେହେରା ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ବଳିଯାତ୍ରା ଆୟୋଜନ ବ୍ୟାହତ ହୋଇଥିବାରୁ ଚଳିତ ବର୍ଷ ବଳିଯାତ୍ରା ଆୟୋଜନ ଅଧିକ ଲୋକାଭିମୁଖି ଏବଂ ଆକର୍ଷଣୀୟ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବାର ପ୍ରକାଶ ।
Comments are closed.