ରେଙ୍ଗାଲି: ଆଦିତ୍ୟ ଆଲୁମିନିୟମ ଲପଙ୍ଗା ପକ୍ଷରୁ ରେଙ୍ଗାଲି ବ୍ଲକ ଅନ୍ତର୍ଗତ କତରବଗା ଉଚ୍ଚ ବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଇଛି। ନିରକ୍ଷରତା ଦୂର କରିବାର ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସାକ୍ଷରତା ଅଭିଯାନ ନିମନ୍ତେ ସଚେତନତା ତଥା ବ୍ୟକ୍ତିଗତ ସ୍ତରରେ ପ୍ରୟାସ ଜାରି ରଖିବା ପାଇଁ ଦିଗଦର୍ଶନ ତଥା ଭାଗିଦାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବିଦ୍ୟାଳୟରେ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ପଟେଲ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠିତ ବକୃତା, ଗୀତ ଓ କୁଇଜ଼ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।



