ରେଙ୍ଗାଲି: ଲପଙ୍ଗା ଠାରେ ପ୍ରତିଷ୍ଠିତ ଆଦିତ୍ୟ ଆଲୁମିନିୟମ କମ୍ପାନୀ ପକ୍ଷରୁ ବମାଲୋଇ ଗ୍ରାମପଞ୍ଚାୟତର ଢୋଡଚୁଆଁ ଗ୍ରାମରେ ଲୋହସାର ଜନିତ ରୋଗ ଏବଂ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ମୁଖ୍ୟ ଶ୍ୱେତା ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୌହସାର ଜନିତ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ଉପରେ ବିସ୍ତୃତ ଭାବରେ ଆଲୋକପାତ କରି ଗ୍ରାମବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ନିମନ୍ତେ କମ୍ପାନୀ ପକ୍ଷରୁ ପ୍ରତିମାସ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଥିବା ସଂକ୍ରାନ୍ତରେ ସୂଚନା ଦେଇଥିଲେ।
ସହ-ପ୍ରବନ୍ଧକ ମନୋରରଞ୍ଜନ ବେହେରା ତାଙ୍କ ବକ୍ତବ୍ୟରେ ଲୌହସାରର ଅଭାବ ଓ ଆବଶ୍ୟକତା ପୂରଣ ପାଇଁ ସବୁଜ ପନିପରିବା ଚାଷ କରି ନିଜେ ରୋଜଗାରକ୍ଷମ ହେବାସହିତ ସ୍ୱାସ୍ଥ୍ୟ ରକ୍ଷାରେ ଏହା ସହାୟକ ହେବ ବୋଲି ପରାମର୍ଶ ଦେଇଥିଲେ। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜୟନାରାୟଣ ଓରାମ, ଆଶା ଏବଂ ଅଙ୍ଗନବାଡି କର୍ମୀ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।



