ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଅଲୁମିନିୟମ କମ୍ପାନୀ ପକ୍ଷରୁ ପ୍ରକଳ୍ପ ସ୍ୱାବଲମ୍ବ ମାଧ୍ୟମରେ ଅଞ୍ଚଳର ଯୁବକ/ଯୁବତୀମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବାକୁ ନିରନ୍ତର ପ୍ରୟାସ ଚାଲିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହଭାଗିତା ଏସ୍ୱି.ଆଇ.ଟି ତାଲିମ କେନ୍ଦ୍ରରେ ଚାଲିଥିବା ଏହି ପ୍ରକଳ୍ଫରେ ଦୀର୍ଘ ଏକମାସ ଧରି ୨୦ ଜଣ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଥିଲା। ଅଶାଜି ପଣ୍ଡଲୋଇ ସ୍ଥିତ କମ୍ୟୁନିଟୀ ସେଣ୍ଟରରେ ସିଲେଇ ତାଳିମପ୍ରାପ୍ତ ମହିଳାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ତାଳିମ ସଂଯୋଜକ ବିଜୟକୁମାର ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରିପାର୍ଶ୍ବିକ ଉନ୍ନୟନ ବିଭାଗର ମୁଖ୍ୟ ଶ୍ୱେତା ଉପାଧ୍ୟାୟ, ସହ-ପ୍ରବନ୍ଧକ ମନୋରଞ୍ଜନ ବେହେରା ଯୋଗ ଦେଇ ସିଲେଇ ତାଲିମପ୍ରାପ୍ତ ମହିଲାମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
Comments are closed.