www.samajalive.in
Sunday, December 14, 2025
17.1 C
Bhubaneswar

ରେଙ୍ଗାଲୀ ବିଧାୟକଙ୍କ ଚିଠି – ଅନ୍ୟ ସ୍ଥାନରେ କରାଯାଉ କୋଭିଡ ହସ୍ପିଟାଲ

ସମ୍ବଲପୁର (ବିରାଜ ମିଶ୍ର): କରୋନା ଭୂତାଣୁର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ – ୧୯ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସମ୍ବଲପୁରର ଜିଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ରୋଗୀ ଚିକିତ୍ସାକୁ ବନ୍ଦ କରାଯାଇ କୋଭିଡ – ୧୯ ହସ୍ପିଟାଲ କରିବାକୁ ନିର୍ଣ୍ଣୟ କରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତିକୁ ବଦଳାଇ ଅନ୍ୟ ସ୍ଥାନରେ କୋଭିଡ – ୧୯ ହସ୍ପିଟାଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡ. ପ୍ରମୋଦ ମିଶ୍ରଙ୍କୁ ଚିଠି ଲେଖିଛନ୍ତି ରେଙ୍ଗାଲୀ ବିଧାୟକ ନାଉରୀ ନାୟକ।

ବିଧାୟକ ନାୟକ ଦେଇଥିବା ପତ୍ର ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲାବାସୀ ସାଧାରଣ ଚିକିତ୍ସା ପାଇଁ ନିର୍ଭରଶୀଳ। କିନ୍ତୁ ସରକାର ଏଠାରେ କୋଭିଡ ହସ୍ପିଟାଲ ନିର୍ମାଣ ଖବର ଶୁଣିବା ପରେ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି। ଏଭଳି ବିକଟ ପରିସ୍ଥିତିରେ ଜିଲାବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମାମଲାରେ ହସ୍ତକ୍ଷେପ କରି ସମ୍ବଲପୁର ଜିଲାପାଳଙ୍କୁ ଏହି ନିଷ୍ପତ୍ତିକୁ ବଦଳାଇବା ସହିତ ଅନ୍ୟ ସ୍ଥାନରେ କୋଭିଡ ହସ୍ପିଟାଲ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଧାୟକ ନାୟକ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ବୁର୍ଲା ପରେ ଅଞ୍ଚଳର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କେନ୍ଦ୍ର ଅଟେ। ଏଣୁ ଏହି ଚିକିତ୍ସାଳୟ ଉପରେ ଜିଲାବାସୀଙ୍କ ସମେତ ପଡୋଶୀ ଜିଲାର ରୋଗୀ ମାନେ ନିର୍ଭରଶୀଳ। ପ୍ରତ୍ୟହ ପ୍ରାୟ ଏକ ହଜାର ରୋଗୀ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଯଦି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବନ୍ଦ କରାଯାଇ କୋଭିଡ – ୧୯ ହସ୍ପିଟାଲ କରାଯାଏ ତାହା ହେଲେ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସହରବାସୀ ମତ ଦେବା ସହିତ ଗଭୀର ଚିନ୍ତା ପ୍ରକଟ କରୁଛନ୍ତି। ଏଣୁ ମଙ୍ଗଳବାର ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀମାନେ ଜିଲାପାଳଙ୍କୁ ସାକ୍ଷାତକାର କରି ଏହି ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ବହୁ ସହରବାସୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ, ସଚିବ, ସମ୍ବଲପୁର ଜିଲାପାଳଙ୍କୁ ଟ୍ୱିଟର ମାଧ୍ୟମରେ ଏହି ନିଷ୍ପତ୍ତିର ପୁର୍ନବିଚାର କରି ଅନ୍ୟ ଏକ ସ୍ଥାନରେ କୋଭିଡ ହସ୍ପିଟାଲ କରିବାକୁ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories