www.samajalive.in
Monday, December 15, 2025
14.1 C
Bhubaneswar

ବିନା ଭକ୍ତରେ ସରିଲା ମାମଙ୍ଗଳାଙ୍କ ଝାମୁଯାତ୍ରା

କାକଟପୁର : ରାଜ୍ୟସରକାରଙ୍କ ଲକଡାଉନ ଘୋଷଣା ଯୋଗୁଁ ସମସ୍ତ ୪ ପାଳି ଯାତ୍ରା ଶୂନ ଭକ୍ତରେ ଶେଷ ହୋଇଥିଲା ବେଳେ ଆଜି ଥିଲା ମାଙ୍କ ପ୍ରସିଦ୍ଧ ଝାମୁ୍ୟାତ୍ରା। ପ୍ରଥମ ଥର ଶ୍ରଦ୍ଧାଳୁମାନଙ୍କ ବିନା ଗହଳି ଚହଳିରେ ମାଙ୍କର ଝାମୁଯାତ୍ରା ଶେଷ ହେବା ନେଇ ଭକ୍ତ ମହଲରେ ନାନା ଆଶଙ୍କା ଦେଖା ଦେଇଛି।

ଯେଉଁ ମାଙ୍କୁ ଜଗଧାତ୍ରୀ ବୋଲି ପୂରାଣରେ ବର୍ଣ୍ଣନା କରାଯାଇଛି ତା ପୀଠ ଆଜି ଭକ୍ତ ଶୂନ୍ୟ,ତାର ଚାରି ଦୂଆର ଆଜି ଭକ୍ତଙ୍କ ପାଇଁ ମନା। ଚୈତ୍ର ମଙ୍ଗଳବାର ଶେଷପାଳି ଅର୍ଥାତ ଝାମୁଯାତ୍ରାରେ କାକଟପୁର ମା ମଙ୍ଗଳା ମନ୍ଦିରରେ ଭକ୍ତ ଗହଳି ଦେଖିବାକୁ ମିଳିନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦିରରେ ଭକ୍ତ ସମାଗମ ଉପରେ ପୁରୀ ଜିଲ୍ଲା ପ୍ରଶାସନର କଟକଣା ବଳବତର ରହିଛି। ୧୪୪ ଧାରା ସହ ଲକଡାଉନ କାକଟପୁର କାହିିଁକି ସମଗ୍ର ଓଡିଶାରେ ଜନଶୂନ୍ୟ କରିଥିବା ବେଳେ ପ୍ରତ୍ୟେକବର୍ଷ ଚୈତ୍ର ଶେଷପାଳି ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଆଜି ସକାଳୁ ସକାଳୁ ଆଳତୀ ପରେ ସ୍ନାନ ମାଜଣା କରାଇ ମାମଙ୍ଗଳାଙ୍କୁ ସେବକମାନେ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରିଥିଲେ। ଆଜିର ବେଶ ଯେକେହି ଦେଖିବ ସେ ବିମୋହିତ ହେବା ସହ ଭକ୍ତିରେ ବିଭୋର ହେବ ନିଶ୍ଚୟ। ପରେ ପରେ ମାଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ପାରମ୍ପରିକ ପାଟୁଆ ନୃତ୍ୟ ହେବା ସହ ପ୍ରସିଦ୍ଧ ଝାମୁଯାତ୍ରା ପରମ୍ପରା ରଖିବା ପାଇଁ ପାଳନ ସ୍ୱରୂପ ଘଂଟପାଟୁଆ ନିଁଆରେ ପ୍ରବେଶ କରିଥିଲେ। ତାପରେ ମାଙ୍କର ଅବଶିଷ୍ଟ ନୀତି ସମାପନ ପରେ ମାଙ୍କ ପହୂଡ ପଡିଥିଲା। ସଂନ୍ଧ୍ୟା ଆଳତୀ ପରେ ମାଙ୍କର ପୁନଃସ୍ନାନ କରାଯାଇ ମାଙ୍କୁ ବେଶ କରାଯାଇଥିଲା। ରାତ୍ରୀରେ କାଳିକା ନୃତ୍ୟ ସମାପନ ପରେ ମାଙ୍କର ରାତ୍ରୀ ନୀତି ସମାପନ କରାଯାଇ ପହୂଡ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories