www.samajalive.in
Monday, December 15, 2025
27.1 C
Bhubaneswar

ଦୂରଦର୍ଶନରେ ପୁରୁଣା କ୍ରିକେଟ୍‌ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ ଦର୍ଶକ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିରେ ସମସ୍ତ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରହିଛି। କ୍ରିକେଟ୍‌ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଭାରତରେ କ୍ରିକେଟ୍ ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ କ୍ରିକେଟ୍‌ପ୍ରେମୀଙ୍କୁ ଖୁସି କରିବାକୁ ଦୂରଦର୍ଶନରେ ଭାରତୀୟ ଦଳର କେତେକ ଐତିହାସିକ କ୍ରିକେଟ୍‌ ମ୍ୟାଚ୍‌ର ଭିଡିଓ ଫୁଟେଜ୍ ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି।

ଇତିମଧ୍ୟରେ ପ୍ରସାର ଭାରତୀ ଓ ବିସିସିଆଇ ପଦାଧିକାରୀଙ୍କ ମଧ୍ୟରେ ଅନେକଥର ବୈଠକ ବସିଥିଲା। ଶେଷରେ ଦୂରଦର୍ଶନରେ ଭାରତୀୟ ଦଳ ଖେଳିଥିବା ପୁରୁଣା ମ୍ୟାଚ୍‌ର ଭିଡିଓ ଫୁଟେଜ୍‌ ପ୍ରସାରଣ କରିବାକୁ ବିସିସିଆଇ ପଦାଧିକାରୀ ରାଜି ହୋଇଥିବା ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀ ଶେଖର କହିଛନ୍ତି ଲକ୍‌ଡାଉନ୍‌ ସମୟରେ କ୍ରିକେଟ୍‌ ପ୍ରଶଂସକଙ୍କ ମନୋରଞ୍ଜନ ନିମନ୍ତେ ପୁରୁଣା ମ୍ୟାଚ୍‌ର ଭିଡିଓ ଫୁଟେଜ୍‌ ପ୍ରସାରଣ ଏକ ଭଲ ପଦକ୍ଷେପ। ବିସିସିଆଇ ଭାରତ ଖେଳିଥିବା ସମସ୍ତ ମ୍ୟାଚ୍‌ର ସ୍ବତ୍ବାଧିକାରୀ ହୋଇଥିବାରୁ ପୁରୁଣା ମ୍ୟାଚ୍‌ର ଭିଡିଓ ଫୁଟେଜ୍‌ ପ୍ରଦାନ କରିବାକୁ ବିସିସିଆଇକୁ ଅନୁରୋଧ କରାଯାଇଥିଲା। କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର୍‌ ମଧ୍ୟ ପୁରୁଣା ଭିଡିଓ ପ୍ରଦାନ କରିବାକୁ ବିସିସିଆଇ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିସିସିଆଇ ପୁରୁଣା ମ୍ୟାଚ୍‌ର ଭିଡିଓ ଫୁଟେଜ୍‌ ପ୍ରଦାନ କରିବାକୁ ରାଜି ହେବା ପରେ ଦୂରଦର୍ଶନରେ ଏହାର ପ୍ରସାରଣ ସମ୍ଭବପର ହୋଇପାରିବ।

- Advertisement -

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଭାରତ ଗସ୍ତ, ୨୦୦୧ରେ ଅଷ୍ଟ୍ରେଲିଆ ଦଳର ଭାରତ ଗସ୍ତ, ୨୦୦୨ ମସିହାରେ ୱେଷ୍ଟଇଣ୍ଡିଜ ଦଳର ଭାରତ ଗସ୍ତ ଓ ୨୦୦୫ ମସିହାରେ ଶ୍ରୀଲଙ୍କା ଦଳର ଭାରତ ଗସ୍ତ ସମୟର ଭିଡିଓ ଦୂରଦର୍ଶନରେ ପ୍ରସାରିତ ହେବ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories