www.samajalive.in
Sunday, December 14, 2025
17.1 C
Bhubaneswar

ରେଙ୍ଗାଲି ନଦୀବନ୍ଧ ଯୋଜନା ନିମନ୍ତେ ବିସ୍ଥାପିତ ପରିବାର ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି

ସମ୍ବଲପୁର – ରେଙ୍ଗାଲି ନଦୀବନ୍ଧ ଯୋଜନା ନିମନ୍ତେ ବିସ୍ଥାପିତ ପରିବାର ମାନଙ୍କୁ ୧୯୮୧ ମସିହାରୁ ସମ୍ବଲପୁର ଜିଲା ସର୍ବେଜାଲ ଗ୍ରାମ ଠାରେ ଥଇଥାନ କରାଯାଇଥିଲା । ସେ ସମୟରେ ପ୍ରତି ପରିବାରକୁ ବିଭିନ୍ନ ଯୋଜନା ଅନୁଯାୟୀ ୯.୭୫ ଏକର ଜମି ପ୍ରଦାନ କରାଯାଇଥିଲା । ତେବେ ଉକ୍ତ ଜମି ଗୁଡିକ ଜଙ୍ଗଲ ଜମି ହୋଇଥିବାରୁ ପରବର୍ତ୍ତୀ ସମୟରେ ସେଗୁଡିକର କିସମ ପରିବର୍ତ୍ତନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ।

 

- Advertisement -

କିନ୍ତୁ ଜମି ଗୁଡିକ ସଂରକ୍ଷିତ ଜଙ୍ଗଲ ଜମି ଅଧିନରେ ଯାଇଥିବାରୁ ସରକାରଙ୍କ ପ୍ରତିଶୃତି କାର୍ଯ୍ୟକାରୀ ହୋଇ ପାରି ନ ଥିଲା । ୨୦୧୭ ମସିହାରେ ତକ୍ରାଳୀନ ଉପ ଜିଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିର କେ ଫର୍ମ ପଟ୍ଟା ବଦଳରେ ଯାହାର ଯେତିକି ପରିମାଣର ଜମି ଥିଲା ସେତିକି ଦେବା ପାଇଁ ସ୍ଥିରିକୃତ ହୋଇଥିଲା । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ତାଲିକାନୁଯାୟୀ, ସମସ୍ତଙ୍କୁ ଜମି ପରିମାଣ ବଦଳି ଯାଇଛି କିମ୍ବା କମି ଯାଇଛି । ଏଣୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ତାଲିକାକୁ ସଂଶୋଧନ କରି କେ ଫର୍ମ ହିସାବରେ ଜମି ପ୍ରଦାନ କରିବାକୁ ସର୍ବେଜାଲ ଗ୍ରାମବାସୀ ଦାବି କରିଛନ୍ତି । ଏହି ମର୍ମରେ ସମ୍ବଲପୁର ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ମୋତିରାମ ନାଏକ, ଏ. ଖଡିରତ୍ନ, ଅକାଲୁ ବେରିହା ଙ୍କ ସମେତ ଅନେକ ପିଡିତ ଙ୍କ ଦସ୍ତଖତ ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories