www.samajalive.in
Sunday, December 14, 2025
19.1 C
Bhubaneswar

ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଲେ ଉପ ନଗରପାଳ ଏବଂ ୮ ବିଜେଡି କାଉନସିଲର୍‌

ଗଞ୍ଜାମ – ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ଉପ ନଗର ପାଳଙ୍କ ସହ ୮ ଜଣ କାଉନସିଲର ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣା ଦେଇଥିଲେ । କାଉନସିଲରମାନଙ୍କୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟକ୍ରମ ସମ୍ପର୍କରେ ନ ଜଣାଇବା ଏବଂ କାଉନସିଲ୍‌ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ ନହେବା ବିରୋଧରେ ଏମାନେ ଧାରଣାରେ ବସିଥିଲେ ।

ଅଫିସର କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଏହି ପ୍ରତିବାଦ କରାଯାଇଥିବା ଧାରଣା ଦେଇଥିବା କାଉନସିଲର କହିଛନ୍ତି । ସମସ୍ତ କର୍ମଚାରୀଙ୍କୁ ପଦାକୁ ବାହାର କରି ଅଫିସ ରେ ତାଲା ପକାଇବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଆଲୋଚନା ବିଷୟ ହୋଇଛି । କାଉନସିଲର ମାନେ ଧାରଣାରେ ବସିବାର ପ୍ରାୟ ଦୁଇ ଘଣ୍ଟା ପରେ ଏନଏସି ଇଓ ଦାୟିତ୍ୱରେ ଥିବା ତହସିଲଦାର ଅରୁଣ କୁମାର ନାୟକ ଧାରଣା ସ୍ଥଳରେ ପହଂଚି ଧାରଣା ବସିଥିବା କାଉନସିଲର ମାନଙ୍କୁ ବୁଝା ସୁଝା କରଥିଲେ । ଯାହା ବି ସମସ୍ୟା ରହିଛି ତାହା ଆସନ୍ତା ଦୁଇ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ଇଓ କହିବା ପରେ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

- Advertisement -

ଆଗକୁ ସ୍ୱାୟତ୍ତ ଶାସନ ଦିବସ ରହିଥିବା ସତ୍ତ୍ୱେ ଅଦ୍ୟାବଧି କୌଣସି ପ୍ରସ୍ତୁତି ବୈଠକ ଡକାଯାଇ ନାହିଁ । ଏହି ଧାରଣାରେ ଉପନଗରପାଳ ସୁରେନ୍ଦ୍ର ବାରିକିଙ୍କ ସମେତ ୱାର୍ଡ ନ ୨ ର କାଉନସିଲର ରିତାଦେବୀ ମହାରଣା, ୱାର୍ଡ ନ ୪ ର ସବିତା ବେହେରା, ୱାର୍ଡ ନ ୫ ସଂଯୁକ୍ତା ଦାସ, ୱାର୍ଡ ନ ୮ ମହାଲକ୍ଷ୍ମୀ ନାୟକ, ୯ ର ସ୍ୱାଗତ ଆଶିଷ ନାୟକ ନ ୧୦ ସୁଜାତା ମହାନ୍ତି, ୱାର୍ଡ ନ ୧୨ ପି ଚନ୍ଦ୍ର ଶେଖର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories