www.samajalive.in
Sunday, December 14, 2025
15.1 C
Bhubaneswar

ନୁଆଁଖାଇ ପାଇଁ ୩ ଦିନ ଛୁଟି ଦାବି

ସମ୍ବଲପୁର – ପଶ୍ଚିମ ଓଡିଶାବାସୀ ଙ୍କ କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଅବସରରେ ୩ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ବଜରଙ୍ଗ ଦଳ ଦାବି କରିଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜିଲା ପ୍ରଶାସନ ଜରିଆରେ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ପଶ୍ଚିମ ଓଡିଶାବାସୀ ମାନଙ୍କ ପାଇଁ ନୁଆଁଖାଇ ଐତିହ୍ୟ ସମ୍ପନ୍ନ ପୁରାତନ ପର୍ବ ଅଟେ । ଏହି ଅବସରରେ ପଶ୍ଚିମ ଓଡିଶାବାସୀ ଯେଉଁ ଠାରେ ଥିଲେ ସୁଦ୍ଧା ସେମାନେ ଘରକୁ ଆସି କୂଳ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ପରେ ସପରିବାର ନୂତନ ଫସଲରୁ ଉତ୍ପାଦିତ ଅନ୍ନ ଗ୍ରହଣ କରିଥାନ୍ତି । ସଂସ୍କୃତି ସହିତ ତ୍ରୁଣମୂଳ ସ୍ତରରୁ ଜଡିତ ନୁଆଁଖାଇ ଅବସରରେ ନୃତ୍ୟ, ଗୀତ, ବିଭିନ୍ନ ଖେଳକୁଦ ଓ ଅନ୍ୟାନ୍ୟ ପ୍ରତିଯୋଗୀତା ସମେତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ । ଏହି ଗଣପର୍ବରେ ସମସ୍ତ ପଶ୍ଚିମ ଓଡିଶାବାସୀ ସାମିଲ ହେଉଥିବା ବେଳେ ବ୍ୟାଙ୍କ ମାନଙ୍କ ସମେତ ଅନ୍ୟ କିଛି ବେସରକାରୀ ପ୍ରତିଷ୍ଠାନ ଗୁଡିକ ନୁଆଁଖାଇ ଛୁଟି ଦେଇ ନାହାନ୍ତି ।

ଅନ୍ୟ ପର୍ବ ଗୁଡିକରେ ସାରା ରାଜ୍ୟରେ ସରକାରୀ ଛୁଟି ହେଉଥିବା ବେଳେ କିନ୍ତୁ ଜାଣିଶୁଣି ନୁଆଁଖାଇକୁ ଏଥିରୁ ବାଦ ଦିଆଯାଇ ପାତର ଅନ୍ତର ନୀତି ପଶ୍ଚିମ ଓଡିଶା ପ୍ରତି କରାଯାଉଛି । ଏଣୁ ଓଡିଶା ସରକାର ସେପ୍ଟେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରନ୍ତୁ ବୋଲି ବଜରଙ୍ଗ ଦଳ ଓଡିଶା ପଶ୍ଚିମ ତରଫରୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ ଙ୍କୁ ପ୍ରାନ୍ତ ସଂଯୋଜକ ସୁଧିର ରଞ୍ଜନ ବହିଦାର ଙ୍କ ନେତୃତ୍ୱରେ ଜୟନ୍ତ ମହାପାତ୍ର, ଜତିନ୍ଦ୍ର ଭୋଇ, ଶିବାନନ୍ଦ ଜେନା, ଶୁଭମ ମିଶ୍ର, ଅଭିଜିତ ହୋତା ପ୍ରମୁଖ ଦାବିପତ୍ର କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories