www.samajalive.in
Sunday, December 14, 2025
19.1 C
Bhubaneswar

ମହିଳାଙ୍କ ଗଳିତ ଶବ ଜବତ ଘଟଣା-ହତ୍ୟା ପରେ ମହିଳାଙ୍କୁ ନାଳରେ ବିବସ୍ତ୍ର କରି ଫିଙ୍ଗିଥିଲା ସ୍ୱାମୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡେରାକୁମ୍ଫା ଗାଁ ନିକଟରେ ଥିବା ଏକ ନାଳରୁ ଜଣେ ବିବାହିତ ମହିଳାଙ୍କ ଗଳିତ ଶବ ମିଲିବା ଘଟଣା ରେ ଗୋଛାପଡା ପୋଲିସ ମୃତ ମହିଳା ଙ୍କ ସ୍ୱାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଗତ ୨୦ ତାରିଖ ଦିନ ମୃତ ମହିଳାଙ୍କ ଶବକୁ ପୋଲିସ ଜବତ କରିଥିଲା । ମହିଳା ଜଣକ ଗୋଛାପଡା ଥାନା ସରୁପଡା ଗାଁ ର ଭାସ୍କର କହଁର ଙ୍କ ସ୍ତ୍ରୀ ମାମଦେଇ କହଁର ବୋଲି ଜଣାପଡିଥିଲା I
ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ବାପା ବାଲାନ୍ଦାପଡା ପଂଚାୟତ ବାଉପାଙ୍ଗା ଗାଁ ର ଜାକି କହଁର ତାଙ୍କ ଝିଅକୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଏହି ଏତଲା ଆଧାରରେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ୧୦୩/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ I

ଗତ ୨୦ ତାରିଖ ଠାରୁ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଙ୍କୁ ଥାନାରେ ଅଟକ ରାଖୀ ପଚରା ଉଚୁରା ଜାରି ରଖିଥିଲା I ପୋଲିସ ର ସୂଚନା ଅନୁସାରେ ଦୀର୍ଘ ଦିନ ଧରି ମୃତ ମହିଳା ଓ ତାଙ୍କ ସ୍ୱାମୀ ଙ୍କ ମଧ୍ୟରେ ପାରିବାରିକ ସମସ୍ୟା କୁ ନେଇ କଳହ ଲାଗିରହିଥିଲା ଗତ ୨୦ତାରିଖ ଦିନ ଘରେ କେହି ନଥିବା ସମୟରେ ଅଭିଯୁକ୍ତ ସ୍ୱାମୀ ତାର ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କରି ବିବସ୍ତ୍ର କରି ପରେ ନାଳରେ ଫିଙ୍ଗି ଦେଇଥିଲା I ଏହି ଘଟଣାକୁ ଅଭିଯୁକ୍ତ ଜଣକ ସ୍ୱୀକାର କରିଥିବା ବେଳେ ମଙ୍ଗଳବାର ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଭାସ୍କର କହଁର କୁ ହତ୍ୟା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଂଜିତ କୁମାର ମୁନି ସୂଚନା ଦେଇଛନ୍ତି I

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories