ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ବାରବାଣୀ ଗ୍ରାମରେ ବୌଦ୍ଧ ଏବଂ ହରଭଙ୍ଗା ଅବକାରୀ ବିଭାଗ ମିଳିତ ଚଢଉ କରି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଠାରୁ ୩୦ କେଜି ଗଞେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବୌଦ୍ଧ ଏବଂ ହାରଭଙ୍ଗା ଅବକାରୀ ମିଳିତ ଭାବେ ପୁରୁଣା କଟକ ଥାନା ବାରବାଣୀ ଗ୍ରାମର ବାସନ୍ତି ପାତ୍ରଙ୍କ ଘରେ ଚଢଉ କରି ତାଙ୍କ ଠାରୁ ୩୦ କେଜି ଗଞେଇ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଆଜି ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ବାସନ୍ତିକୁ କୋର୍ଟ ଚାଲାଣ କରିଥିବା ବୌଦ୍ଧ ଅବକାରୀ ଇନିସ୍ପେକ୍ଟର ସାଗରୀକା ପ୍ରଧାନ ସୂଚନା ଦେଇଛନ୍ତି । ଏହି ଚଢଉରେ ବୌଦ୍ଧ ଅବକାରୀ ଇନିସ୍ପେକ୍ଟରଙ୍କ ସହ ହରଭଙ୍ଗା ଏସ.ଆଇ ସୂର୍ଯ୍ୟକାନ୍ତ ମଲ୍ଲିକ, ଏଏସଆଇ ପବିତ୍ର ଜଗଦେବ, ସଞୟ ସେଠ, ପଂଚମୀ ବେହେରା ଏବଂ ଅବକାରୀ କର୍ମଚାରୀ ସାମିଲ ଥିଲେ।
Popular Categories



