ରେଙ୍ଗାଲିରେ ମେଗା ରକ୍ତଦାନ ଶିବିର, ୬୦ ୟୁନିଟ୍ ରକ୍ତ ସଂଗ୍ରହ
ରେଙ୍ଗାଲି: ରୋଟାରୀ କ୍ଲବ୍ ଅଫ୍ ଗ୍ରେଟର୍ ସମ୍ବଲପୁର ଏବଂ ଶ୍ୟାମ ମେଟାଲିକ୍ସ ଲିମିଟେଡ୍ ରେଙ୍ଗାଲି ମିଳିତ ଆନୁକୂଲ୍ୟରେ ଓଡିଶାର ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସହାୟତା ପାଇଁ ରେଙ୍ଗାଲିରେ ଥିବା ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଏକ ‘ମେଗା ରକ୍ତ ଦାନ ଶିବିର’ ଆୟୋଜିତ ହୋଇଥିଲା। ଏଥିରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ରୋଟାରୀ କ୍ଳବର ସଭାପତି ପ୍ରମୋଦ ଅଗ୍ରୱାଲ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରିଆନ ମହମ୍ମଦ ପରବେଜ୍ ଅଲ୍ଲିଖାନ, ସଚିବ ରୋଟାରିଆନ ଆନନ୍ଦ ମିଶ୍ର, ରୋଟାରିଆନ ବିଲାଲ ମଲ୍ଲିକ, ରୋଟାରିଆନ ମହମ୍ମଦ ମୋହିଉଦ୍ଦିନ, ରୋଟାରିଆନ ଗୀତମ ସିଂ, ରୋଟାରିଆନ ରାଜୀବ ଜୈନ, ରୋଟାରିଆନ କଳ୍ପେଶ କକ୍କଡ, ରୋଟାରିଆନ ଦୀପକ ପାଣିଗ୍ରାହୀ, ରୋଟାରିଆନ ସନ୍ତୋଷ ମିଶ୍ର, ଶ୍ୟାମ୍ ମେଟାଲିକ୍ସର ସିଏସଆର୍ ମୁଖ୍ୟ ନିପେଶ ରଞ୍ଜନ ନଟ, ଲିଆସନିଂ ଅଫିସର ସରୋଜ ନାୟକ, ସିଏସ୍ଆର ଟିମର ବାବୁଲ ରାଉତ, ବିନାୟକ ମିଶ୍ର, ସତ୍ୟମ୍ ପ୍ରକାଶ, ସୁରକ୍ଷା ବିଭାଗର ସହକାରୀ ପ୍ରବନ୍ଧକ ରାଜେଶ ତିୱାରୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଉପସ୍ଥିତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ହେଡକ୍ବାର୍ଟର ହସ୍ପିଟାଲର ରକ୍ତଭଣ୍ଡାରର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଶେଷରେ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.