www.samajalive.in
Sunday, December 7, 2025
14.1 C
Bhubaneswar

ସ୍ଥାୟୀ ପୋଲ ପାଇଁ ଅଞ୍ଚଳବାସୀଙ୍କ ଦାବି

ରେଙ୍ଗାଲି କ୍ୟାମ୍ପ : ୩୬ବର୍ଷରୁ ଉର୍ଦ୍ଧ୍ବ ହେବ ଅତାବିରାରୁ ଭେଡେନ ବ୍ଲକକୁ ସଂଯୋଗ କରିଥିବା ଅତାବିରା ପ ଝିଲିମିଣ୍ଡା ରାସ୍ତାରେ ତିନିଟି ପୋଲ ରହିଛି । ଏହି ପୋଲ ମାନଙ୍କ ଉପରେ ସାତଟି ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ। ରାସ୍ତା ଟି ସଂକୀର୍ଣ୍ଣ ଓ ଅବହେଳିତ ହୋଇ ପଡିରହିଥିବା ଏହି ପୁରୁଣା ପୋଲ ଆଉ ଲୋକଙ୍କୁ ଭର ସମ୍ଭାଳିବେ ସାମର୍ଥ୍ୟ ରଖୁନାହି। ସାମାନ୍ୟ ବର୍ଷାରେ ଏହି ତିନି ପୋଲ ଉପର ଦେଇ ୪ରୁ ୫ ଫୁଟ ପାଣି ପ୍ରବାହିତ ହୋଇ ପୋଲ ନିକଟବର୍ତ୍ତୀ ଅଞ୍ଚଳ ସବୁ ଜଳମଗ୍ନ ହୋଇ ରାସ୍ତାଟି ପରସ୍ପର ଠାରୁ ବିଚ୍ଛିନ୍ନ ହୋଇଯାଏ। ଫଳସ୍ଵରୁପ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସମସ୍ତ ଜନସାଧାରଣଙ୍କ ଯିବା ଆସିବା ବାଧା ପ୍ରାପ୍ତ ହୋଇ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେବା ସହ ବେଳେ ବେଳେ ଅନେକ ଧନ ଜୀବନ ନଷ୍ଟ ହେଉଛି।
ଲୋକେ ବାଧ୍ୟ ହୋଇ ଦୂର ହେଲେ ମଧ୍ୟ ଅନ୍ୟ ବୁଲାନି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏହା ଦ୍ବାରା ଅନେକ ଚାଷୀ ନିଜର ଉତ୍ପାଦିତ ପନିପରିବା , ଅନ୍ୟ କିଛି ବିକ୍ରୟ କରିବାରେ ବହୁ କ୍ଷତି ସହିଥାନ୍ତି। ପିଲାଙ୍କ ପାଠ ପଢା ନଷ୍ଟ ହୁଏ । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ଯୋଜନାର ଅନ୍ତର୍ଭୁକ୍ତ ବୋଲି ଜଣାଯାଏ।  ମାର୍ଚ୍ଚ ୨୦୨୦ ମସିହା ସୁଦ୍ଧା ଏହି ତିନି ପୋଳକୁ ହଟାଇ ଛାତ ବ୍ରିଜ କରିବା ପାଇଁ  କଥା ଶୁଣିବା ପରେ ଅଞ୍ଚଳ ବାସୀଙ୍କ ମନରେ ଏକ ନୂତନ ଉତ୍ସାହ ଖେଳିଯାଇଥିଲା । ଆଜିକୁ ଗୋଟିଏ ବର୍ଷ ବିତିଲାଣି ହେଲେ ସାମାନ୍ୟ ମୃତ୍ତିକା ପରୀକ୍ଷଣ ବ୍ୟତୀତ ଅନ୍ୟ କିଛି ବି କାମ ଆରମ୍ଭ ହୋଇନାହିଁ ।  କେବେ ପୋଲ ନିର୍ମାଣ ଆରମ୍ଭ ହେବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ଯୋଗ୍ୟ, ୧୯୮୫ମସିହା ପୂର୍ବରୁ ଅତାବିରା ସ୍ଥିତ ବୈମାନ୍ ଟିକ୍ରା ତଥା ଅନ୍ୟ ଗ୍ରାମର ଲୋକମାନେ ନଲିଆ ପାଣି ପାର ହୋଇ ଯିବା ଆସିବା କରୁଥିଲେ। ବର୍ଷାଦିନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।  ରାସ୍ତା ପକ୍କା ହୋଇନଥିଲା। ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ଗୁଣ କର୍ମୀଙ୍କ ସହାୟତାରେ ୪/୫ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ୧୦ଫୁଟର ପାଞ୍ଚଟି ସିମେଣ୍ଟ ପୋଲକୁ ନେଇ ଏହି ନଲିଆ ଉପରେ ପୋଲ ନିର୍ମାଣ ହୋଇଥିଲା । ଏହି ରାସ୍ତାର କିଛି ଅନତି ଦୂରରେ ରହିଛି ବୁଗୁବୁଗକ୍ଷ ଖିରାପାଲି ନଲିଆ। ଏହି ନଲିଆ ଦେଇ ଯିବାପାଇଁ ଆଗରୁ କୌଣସି ବିକଳ୍ପ ନ ଥିଲା। ତାହା ମଧ୍ୟ ୧୯୯୫ ମସିହାରେ ସାମାନ୍ୟ ସିମେଣ୍ଟ ପୋଲ ଦେଇ ନିର୍ମାଣ ହେଲା।
ସେହି ସମୟରେ ଲୋକଙ୍କୁ ଯିବା ଆସିବା ଅତିଶୟ କଷ୍ଟକର ହୋଇ ଯିବା ପରେ ପୋଲଟି ନିର୍ମିତ ହୋଇଥିଲା। ଏହାପରେ ୧୯୯୧ ମସିହାରେ ସେହି ରାସ୍ତା ଦେଇ ପଲସା ପାଲିକୁ ଯିବାକୁ ହେଲେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିଲେ। ସ୍ଥାନୀୟ ଗ୍ରାମବାସୀ ବ୍ଲକ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାର କୌଣସି ସୁବ୍ୟବସ୍ଥା କରାଯାଇ ନଥିଲା। ଫଳସ୍ୱରୁପ୍ ଗ୍ରାମବାସୀ ନୟାନ୍ତ ହୋଇ ଅଣ୍ଟା ଭିଡ଼ିଥିଲେ ସମସ୍ୟାର ସମାଧାନ ପାଇଁ। ଉଦାହରଣ ସ୍ୱରୂପ ସ୍ଥାନୀୟ ପୂର୍ବତନ ସରପଞ୍ଚ କୁଳମଣି ପ୍ରଧ ଆରମ୍ଭ କରିଥିଲେ ଏଇ ପୋଲ ର ନିର୍ମାଣ।
ଏଥିରେ ଗ୍ରାମର ପ୍ରାୟ ଅଧିକ ରୁ ଅଧିକ ଲୋକ ଧାର କରଜ କରିବା ବ୍ୟତୀତ ନିଜର ଉପାର୍ଜିତ ଧନକୁ ମଧ୍ୟ ବିକ୍ରି କରି ଓ ନିଜର ଶ୍ରମ ଦାନ ଦେଇ ପୋଲର ନିର୍ମାଣ କରିଥିଲେ। ସେତେବେଳେ କୁଲୁଣ୍ଡା ପଞ୍ଚାୟତ ପାଣ୍ଠିରୁ ମାତ୍ର ପଚାଶ ହଜାର ଟଙ୍କା ଓ ଆଉ ଜଣେ ଭଦ୍ର ଆନ୍ଧ୍ର ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା ଦେବା ପରେ ସମୁଦାୟ ପାଞ୍ଚ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ୩୧ଦିନ ମଧ୍ୟରେ ସଂପୂର୍ଣ୍ଣ ପୋଲଟିର ନିର୍ମାଣ ହୋଇଥିଲା। ସେହି ସମୟରେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଥିଲେ । ଏହି ସାମାନ୍ୟ ପୋଲ ଉପର ଦେଇ ୧୫୦୦ରୁ ୨୦୦୦ ଲୋକ ଯିବା ଆସିବା କରୁଥିଲେ। ବର୍ତ୍ତମାନ ଏହି ରାସ୍ତାଟି ପକ୍କା ହେବା ଯୋଗୁ ଏବେ ଜାତୀୟ ରାଜପଥରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟାତ କରୁଥିବା ବେଳେ ଅଧିକରୁ ଅଧିକ ଭାରି ତଥା ଦ୍ରୁତଗାମୀ ଯାନ ବାହନ ଯିବା ଆସିବା କରୁଛି। ହେଲେ ରାସ୍ତା ଟି ସଂକୀର୍ଣ୍ଣ ଓ ଅବହେଳିତ ହୋଇ ପଡିରହିଥିବା ଏହି ପୁରୁଣା ପୋଲ ଆଉ ଲୋକଙ୍କୁ ଭର ସମ୍ଭାଳିବେ ସାମର୍ଥ୍ୟ ରଖୁ ନାହିଁ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories