www.samajalive.in
Sunday, December 7, 2025
15.1 C
Bhubaneswar

ନୂତନ  ପଞ୍ଜୀକରଣ ନୀତି ଚାଷୀଙ୍କ ପାଇଁ କରୋନା ଠାରୁ ବି ଭୟଙ୍କର

ରେଙ୍ଗାଲି କ୍ୟାମ୍ପ:-ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗର ପାଲି ପଞ୍ଚାୟତ କନ୍ତଲ ଗ୍ରାମ ରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଟାଣୁଆ ନେତା ତଥା ବରିଷ୍ଠ ସକ୍ରିୟ ଚାଷୀ ବୃଷଭାନୁ ସାହୁଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଜି ଚାଷୀମାନେ ତାଙ୍କର ଧାନ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଜାଗା କରୋନା ଠାରୁ ବି ବାଲି ଯାଉଛି। ଏବେ ସରକାରଙ୍କ ପ୍ରଣୀତ ନୂତନ ପଞ୍ଜୀକରଣ ନୀତିରେ ଚାଷ ହୋଇଥିବା ଆଟ ଓ ମାଲ ପାଣି ଜମିକୁ କାଟି ଦିଆଯାଇଛି। ଯାହାର ପରିଣାମ ଚାଷୀମାନେ ଆଉ ସେ ଜମିର ଧାନ ବିକ୍ରି କରି ପାରିବେ ନାହିଁ। କିନ୍ତୁ ଆଗରୁ ଏ ବିଷୟରେ ଚାଷୀଙ୍କୁ କୌଣସି  ସୂଚନା ଦିଆଯାଇନଥିଲା। ତେବେ ବର୍ତ୍ତମାନ ସେହି ଧାନକୁ କିପରି ବିକ୍ରି କରିବେ ଏ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। ତେଣୁ ଏହି କୃଷକ ସଂଗଠନ ଚାଷୀଙ୍କ ସହ ଆଲୋଚନା କରି ଏହାର ସମାଧାନ ର ରାସ୍ତା କରିବା ପାଇଁ ପରାମର୍ଶ ନେଉଛି।

 

- Advertisement -

ଏହି ବୈଠକରେ କିଭଳି ଭାବ ରେ ଚାଷୀ ତାର କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇ ପାରିବେ ଓ ଧାନ କିଣାବିକା କୁ ନେଇ ଉପୁଜିଥିବା ପଞ୍ଜୀକରଣରେ ଅସୁବିଧା ସହ ଆଟ ପାଣି, ମାଲ ପାଣି, ସାଧାରଣରେ ହୋଇଥିବା ଦ୍ବନ୍ଦ ତଥା ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ବିଷଦ ଆଲୋଚନା ହୋଇଥିଲା। ସେହିପରି ଚାଷୀମାନେ ଚାଷୀ ଓ ଚାଷ ଉପରେ ନିଜ ନିଜର ମତ ପ୍ରକାଶ କରି ଥିବାବେଳେ ଧାନ ଚାଷ ହୋଇଥିବା ପ୍ରତ୍ୟେକ ଜମିକୁ ସାମିଲ କରିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଠାରେ ଦାବି ଜଣାଇଛନ୍ତି। ନଚେତ ଆଗାମୀ ଦିନରେ ଯଦି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନକୁ ଦାୟୀ କରିବେ ବୋଲି ଚାଷୀ ସଂଗଠନ ତଥା ଚାଷୀ ମହଲରେ ଚେତାବନୀ ଦେଇଛନ୍ତି। ଏଥିରେ ପୀତବାସ ମହାକୁର, ପଞ୍ଚାନନ ପ୍ରଧାନ, ଗଣେଶ ମହାକୁର, କିଶୋର କୁମାର ଭୋଇ, କବିରାଜ ଭୋଇ, ବସନ୍ତ ବାରିକ, ପଲଉ ମାଝୀ, ଲୋକେଶ୍ୱର ପ୍ରଧାନ, କଲାକାହ୍ନୁ ଭୋଇ, ଗୁହାଲୁ ଭୁଏ, ଭାସ୍କର ମିର୍ଦ୍ଧା, ମନବୋଧ ମହାକୁର, ଅଜୟ ମହାକୁର, କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ସକ୍ରିୟ ଚାଷୀ ତଥା କର୍ମୀ ମାନେ ଯୋଗ ଦେଇ ଥିଲେ। ଶେଷରେ ମାଲିକ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories