www.samajalive.in
Monday, December 8, 2025
27.1 C
Bhubaneswar

ବେଗୁନିଆରେ ୩୩ କରୋନା ପଜିଟିଭ ଚିହ୍ନଟ, ବ୍ରାହ୍ମଣସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ପ୍ରସ୍ତାବ

ବେଗୁନିଆ: କରୋନା ମହାମାରୀର ଦ୍ୱିତୀୟ ଲହରୀ ବେଗୁନିଆ ବ୍ଲକରେ ବୃଦ୍ଧି ପାଇବାରେ ଲାଗିଥିବାବେଳେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାର ଜିଲାପାଳ, ବି ଡି ଓ, ତହସିଲଦାର ଏବଂ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ବେଗୁନିଆ ଏବଂ ବାଘମାରୀ ଥାନା କର୍ମଚାରୀମାନେ କୋଭିଡ ନିୟମ ମାନୁନଥିବା ଅମାନିଆମାନଙ୍କ ଠାରୁ ଜରିମାନା ଆଦାୟ କରୁଥିଲେ ମଧ୍ୟ ସେମାନେ ସରକାରୀ ନିର୍ଦେଶ ମାନୁନଥିବା ଦେଖିବାକୁ ମିଳୁଛି। ବେଗୁନିଆ ତହସିଲ, ବାଘମାରୀ ଥାନା ,ବେଗୁନିଆ ଥାନା ତରଫରୁ ବିଭିନ୍ନ ରାସ୍ତାଘାଟରେ ଯାଞ୍ଚ କରି ତୁଣ୍ଡି ପିନ୍ଧୁନଥିବା ବ୍ୟକ୍ତି ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ବେଳେ ବ୍ଲକ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

 

- Advertisement -

ଅମାନିଆମାନେ ହାଟ, ବଜାରମାନଙ୍କରେ ବିନା ତୁଣ୍ଡିରେ ସମାଜିକ ଦୂରତା ନରଖି ଚଳ ପ୍ରଚଳ କରୁଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ୨୦ ଦିନ ମଧ୍ୟରେ ବେଗୁନିଆ ବ୍ଲକର ବିଭିନ୍ନ ଗ୍ରାମରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହି ମର୍ମରେ ବେଗୁନିଆ ତହସିଲ ତରଫରୁ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ବରସାହି ଗ୍ରାମର ବ୍ରାହ୍ମଣ ସାହିରେ ୫ ଜଣ ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଉପ ଜିଲାପାଳଙ୍କ ଅନୁମୋଦନ ନିମନ୍ତେ ଗତ ୨୩ତାରିଖ ଦିନ ପ୍ରସ୍ତାବ ପଠାଇଥିବାର ଜଣାପଡିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories