ରେଙ୍ଗାଲି : ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭେଡେନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ସକାଳୁ ଭେଡେନ ନଦୀ ପ୍ରବାହିତ ହେଉଥିବା ଠେଲକୁଲି ଅଞ୍ଚଳ ପରିଦର୍ଶନ କରିବା ପରେ ଅପରାହ୍ନରେ ଲଇଡା ସରପଞ୍ଚ ଯୁଗଳକିଶୋର ସାହୁଙ୍କ ସହିତ ଭେଡେନ ନଦୀ ପାଖକୁ ଯାଇ ନଦୀର ଜଳ ପତ୍ତନ ଦେଖିବା ସହିତ ନଦୀର ଜଳ ପତ୍ତନ ବୃଦ୍ଧି ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଥିବା ଦଳପତପାଲି ଗ୍ରାମର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନିଦ୍ଦେର୍ର୍ଶ ଦିଆଯାଇଛି ବୋଲି ବିଡିଓ ଶ୍ରୀ ସାହୁ କହିଛନ୍ତି।
Popular Categories



