www.samajalive.in
Saturday, December 6, 2025
16.1 C
Bhubaneswar

ଫାଇବର ବାସନରୁ ଦାଗ ଓ ଦୁର୍ଗନ୍ଧ ଛଡାଇବାର ଉପାୟ

ଆଜିକାଲି ଫାଇବରର ବାସନ ସମସ୍ତେ ଅଧିକ ବ୍ୟବହାର କରୁଛନ୍ତି। ଏହି ଫାଇବରର ବାସନ ରଙ୍ଗବେରଙ୍ଗର ହୋଇଥିବାରୁ ତାକୁ ଅଧିକ ଲୋକ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ବାସନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ସେଥିରେ ଦାଗ ଲାଗି ଯାଇଥାଏ। ଏହି ଦାଗ ଶୀଘ୍ର ଛାଡି ନଥାଏ। ବାସନରେ କିଛି ଖାଦ୍ୟ ଦ୍ରବ୍ୟର ଦୁର୍ଗନ୍ଧ ମଧ୍ୟ ରହିଥାଏ। ବାସନକୁ ଧୋଇବା ଦ୍ବାରା ତାହା ଭଲ ଭାବେ ଯାଇ ନଥାଏ।
ଆସନ୍ତୁ ଜାଣିବା ବାସନରୁ ଖାଦ୍ୟର ଦୁର୍ଗନ୍ଧ ଓ ଦାଗ କିପରି ଛଡାଇବା ..
ବେକିଙ୍ଗ ସୋଡା :
ବାସନକୁ ଚମକାଇବା ପାଇଁ ବେକିଙ୍ଗ ସୋଡାର ବ୍ୟବହାର କରାଯାଇଥାଏ। ଏହାର ବ୍ୟବହାର ଦ୍ବାରା ବାସନରୁ ଖାଦ୍ୟର ବାସ୍ନା ମଧ୍ୟ ସହଜରେ ଛାଡି ଯାଇଥାଏ। ଗୋଟିଏ ବାଲଟିରେ ଗରମ ପାଣି ଭର୍ତ୍ତି କରନ୍ତୁ। ଏହାପରେ ସେଥିରେ ୪ଚାମଚ ବେକିଙ୍ଗ ସୋଡା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପେରେ ସେଥିରେ ଫାଇବର ବାସନକୁ ସେଥିରେ ଭଲ ଭାବେ‌ ବୁଡାଇ ରଖନ୍ତୁ। ଅଧ ଘଣ୍ଟା ପରେ ବାସନଗୁଡିକୁ ସ୍କ୍ରବ ସାହାଯ୍ୟରେ ମାଜି ସଫା ପାଣିରେ ଧୋଇ ଦିଅନ୍ତୁ।
ସିରକା :
ଫାଇବର ବାସନରୁ ଦାଗ ଓ ଗନ୍ଧ ଛଡାଇବା ପାଇଁ ସିରକାର ବ୍ୟବହାର କରାଯାଇଥାଏ। ପାଣିରେ ସିରକାକୁ ମିଶାଇ ବାସନ ଉପରେ ପକାଇ କିଛି ସମୟ ଛାଡି ଦିଅନ୍ତୁ। କିଛି ସମୟ ପରେ ସ୍କ୍ରବ ସାହାଯ୍ୟରେ ମାଜି ସଫା କରନ୍ତୁ। ଏପରି କରିବା ଦ୍ବାରା ବାସନରୁ ଦୁର୍ଗନ୍ଧ ଓ ଦାଗ ଛାଡିଯିବ।
ଲିକ୍ବିଡ କ୍ଲୋରିନ ବ୍ଲିଚ୍ :
ବ୍ଲିଚ୍ ଦ୍ବାରା କପଡାରେ ଲାଗିଥିବା ଦାଗ ଛଡାଯାଇଥାଏ। ଏହା ବାସନରୁ ମଧ୍ୟ ଦାଗ ଛଡାଇବା ପାଇଁ ସହାୟକ ହୋଇଥାଏ। ବାସନରୁ ଆସୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଲିକ୍ବିଡ କ୍ଲୋରିନ ବ୍ଲିଚ୍ ବ୍ୟବହାର କରିବାକୁ ପଡିଥାଏ।
କଫି :
ଫାଇବର ବାସନକୁ ସଫା କରିବା ପାଇଁ କଫିର ବ୍ୟବହାର କରିପାରିବା। ଏଥିପାଇଁ କଫି ପାଉଡରକୁ ବାସନ ଉପରେ ପକାଇ ଛାଡି ଦିଅନ୍ତୁ। କିଛି ସମୟ ପରେ ବାସନକୁ ଭଲ ଭାବେ ମାଜି ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବାସନରୁ ଦାଗ ଛାଡିବା ସହ ଦୁର୍ଗନ୍ଧ ଦୂର ହୋଇଯିବ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories