www.samajalive.in
Saturday, December 6, 2025
19.1 C
Bhubaneswar

ବ୍ରେଡ଼ କଷ୍ଟଡ଼୍‍

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୬ ରୁ ୭ ଖଣ୍ଡ
କଷ୍ଟଡ଼୍‍ ପାଉଡ଼ର – ୩ ଚାମଚ
ବଟର – ୧ ଚାମଚ
ଚିନି – ୩ ଚାମଚ
କ୍ଷୀର – ୧ ଲିଟରୁ ସାମାନ୍ୟ କମ୍
କାଜୁ , ପେସ୍ତା ବାଦାମ, କିସ୍‍ମିସ୍‍ – ଆବଶ୍ୟକ ପରିମାଣରେ
ତେଲ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କ୍ଷୀରରେ ନିଅନ୍ତୁ। କ୍ଷୀରରେ କଷ୍ଟଡ଼୍‍ ପାଉଡ଼ର ଓ ବଟରକୁ ପକାଇ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ଏଥିରେ ଚିନି ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ ଲଗାଇ ଏହି ମିଶ୍ରଣକୁ ଭଲ ଭାବେ ଫୁଟାନ୍ତୁ। ଫୁଟିବା ସମୟରେ ବଡ଼ ଚାମଚରେ ଗୋଳାନ୍ତୁ। ୪ ରୁ ୫ ମିନିଟ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏକ ପାତ୍ରରେ ସାମାନ୍ୟ ତେଲ ଲଗାଇ ଏହାକୁ ଢାଳନ୍ତୁ। ଏଥିରେ କାଜୁ, ପେସ୍ତା ବାଦାମ, କିସ୍‍ମିସ୍‍ ପକାନ୍ତୁ। ଏହାପରେ ଏହାକୁ ମାଇକ୍ରୋଭେନରେ ୧୦ ମିନିଟ ରଖନ୍ତୁ। ମାଇକ୍ରୋଭେନ ନଥିଲେ କୁକରରେ ଲୁଣ ରଖି ଏହି ପାତ୍ରକୁ ୧୦ ମିନିଟ ରଖନ୍ତୁ। ୧୦ ମିନିଟ ପରେ କାଢି ୧ ଘଣ୍ଟା ପାଇଁ ଫ୍ରିଜରେ ରଖନ୍ତୁ। ଏବେ ଏହାକୁ ଛୁରୀ ଦ୍ୱାରା ଚାରିକଣିଆ କରି କାଟି ଦିଅନ୍ତୁ।

- Advertisement -

ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories