www.samajalive.in
Saturday, December 6, 2025
15.1 C
Bhubaneswar

ବାରିପଦା ଓ ଆଠଗଡରେ ହାତୀଙ୍କ ଉପଦ୍ରବ ; ଲୋକେ ଆତଙ୍କିତ

ମୟୁରଭଞ୍ଜ/କଟକ : ବାରିପଦା ଅନ୍ତଗର୍ତ ରାସଗୋବିନ୍ଦପୁର ରେଞ୍ଜରେ ଝାଡଖଣ୍ଡୀ ହାତୀ ଉପଦ୍ରବ କରିଛନ୍ତି। ଅନ୍ୟପଟେ ଆଠଗଡ ଖୁଣ୍ଟୁଣୀ ରେଞ୍ଜରେ ମଧ୍ୟ ହାତୀ ଆତଙ୍କ ସୃଷ୍ଟି ହୋଇଛି। ହାତୀମାନଙ୍କ ଉପଦ୍ରବ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାରିପଦା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଚିତ୍ରଡ଼ା ଓ ବାଘଝରଣରେ ପ୍ରାୟ ୭୦ଟି ହାତୀ ପଲ ଉପଦ୍ରବ କରିଥିବା ସୂଚନା ମିଳିଛି। ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏକାସହ ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ବନ ବିଭାଗ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।
ସେହିପରି କଟକ ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜରେ ବଉଳ ଓ ସାରକୋଳି ରାସ୍ତା ଉପରକୁ ହାତୀପଲ ମାଡି ଆସିଛନ୍ତି । ହାତୀମାନେ ରାସ୍ତା ଉପରେ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ , ଗତ କିଛି ଦିନ ତଳେ ବାଲେଶ୍ୱର ନୀଳଗିରି ଅଞ୍ଚଳକୁ ୪୦ରୁ ଉର୍ଦ୍ଧ୍ୱ ହାତୀ ପଲ ପଶି ଆସିଥିଲେ ଏବଂ ବ୍ୟାପକ ଫସଲ ନଷ୍ଟ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories