ବଜାରକୁ ଆସୁଛି ଜିଓ ୨ ସ୍ମାର୍ଟଫୋନ୍‌ ଓ ରିଲାଏନ୍ସର ମନସୁନ ଧମାକା

0

ଜିଓର ଅଫରକୁ ବେଶ ଆନନ୍ଦର ସହ ଉପଭୋଗ କରୁଛନ୍ତି ଏହାର ଗ୍ରାହକ । କିଛି ଦିନ ତଳେ ବଜାରକୁ ୧୫୦୦ ଟଙ୍କାରେ ଆସିଥିବା ଜିଓ ଫୋନକୁ ମଧ୍ୟ ଗ୍ରାହକ ମାନେ କିଣି ଥିଲେ । ଏଥିରେ ଥିବା ସମସ୍ତ ସୁବିଧା ଗାହକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ଯେପରି ଏହାର ଟକ ଟାଇମ ସୁବିଧା , ମେସେଜ ସୁବିଧା , ଫେସ୍‌ବୁକ୍‌ ସୁବିଧାକୁ ଗ୍ରାହକ ମାନେ ବେଶ ପସନ୍ଦ କରିଥିଲେ । ମାତ୍ର ଏଥିରେ ହ୍ୱାଟ୍‌ସ ଅପ ସୁବିଧା ନ ଥିଲା । ଆଜି ରିଲାଏନସ୍‌ର ମାଲିକ ମୁକେଶ ଅମ୍ବାନୀ ଆଉ ଏକ ନୂଆ ମଡ଼େଲର ଜିଓ ଫୋନ ଆଣିଛନ୍ତି ଗାହକଙ୍କ ପାଇଁ ,ଯାହାର ଘୋଷଣା ଆଜି ହିଁ କରିଛନ୍ତି । ଏଥିରେ ଆସୁଛି ହ୍ୱାଟ୍‌ସଆପ୍‌ ଓ ୟୁ ଟ୍ୟୁବ୍‌ ଆପର ସୁବିଧା । ଯାହା ଗ୍ରାହକଙ୍କ ପାଇଁ ହେଉଛି ଏକ ନୂଆ ସୁବିଧା । ଏହି ଫୋନଟିର ଆକୃତି ବ୍ଲାକ ବେରି ଫୋନର ମଡ଼େଲ ଭଳି ହୋଇଥିବାରୁ ଏହା ଦେଖିବାକୁ ସୁନ୍ଦର ହୋଇଛି । ଏହି ଫୋନଟିକୁ ଗାହକ ମାନେ ଅଗଷ୍ଟ ୧୫ ଠାରୁ ଅନଲାଇନରେ ବୁକ କରି ପାରିବେ । ଏତଦ୍‌ବ୍ୟତୀତ ପୂର୍ବରୁ ଗ୍ରାହକ ମାନଙ୍କ ରହିଥିବା ଜିଓ ଫୋନରେ ମଧ୍ୟ ଏହି ସୁବିଧା ଖୁବ ଶୀଘ୍ର ରିଲାନସ୍‌ ଦ୍ୱାରା ଅପ ଲୋଡ଼ ହୋଇଯିବ । ଆଉ ଏକ ନୂଆ ମନସୁନ ଅଫର ମଧ୍ୟ ଗ୍ରାହକ ପାଇଁ ଆସିଛି ଯାହାକି ଗ୍ରାହକ ମାନେ ପୂର୍ବରୁ ରଖିଥିବା ପୁରୁଣା ଫୋନକୁ ଦେଇ ଆଉ ୫୦୧ ଟଙ୍କା ଦେଇ ନୂଆ ଜିଓ ଫୋନ ମଧ୍ୟ ପାଇପାରିବେ ।

Leave A Reply