ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

ଭୁବନେଶ୍ୱର: ଚଳିତବର୍ଷ ମହାନଦୀରେ ବଡ଼ ବନ୍ୟା ଆସି ବିଭିନ୍ନ ନଦୀ କୂଳିଆ ଗାଁରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ବାଙ୍କୀ ଅଞ୍ଚଳର ସାହାଡ଼ାପଦା ଯୋରକୂଳ, ଡେଲାଙ୍ଗର ମୁନିଦା ପଞ୍ଚାୟତ, ଗୋପ ଅଞ୍ଚଳର ଆନ୍ତରାଇଛପୁର ପଞ୍ଚାୟତରେ ବନ୍ୟା ପୀଡିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ସମିତି ପକ୍ଷରୁ ଡାଲି, ଚାଉଳ ସମେତ ଶୁଖିଲାଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ପୂଜା ସମିତିର ସଭାପତି ଶିଖର ଜେନା, ସମ୍ପାଦକ ଧରଣୀଧର ଜେନା, କର୍ପୋରେଟର ଶ୍ରୀଧର ଜେନା, କ୍ରୀଷ୍ଣା ଗ୍ରୁପ ଅଧ୍ୟକ୍ଷ ପବିତ୍ର ରାଉତରାୟ, ଦିଲ୍ଲୀପ କୁମାର ଜେନା, ମୁଶରଫ ଖାଁ, ଫର୍ଜନ ଅଲ୍ଲୀ ଖାଁ, ଦିଲ୍ଲୀପ ମଙ୍ଗରାଜ, ପ୍ରଭାସିନୀ ଷଡଙ୍ଗୀ, ସରୋଜିନୀ ଷଡଙ୍ଗୀ, ବନଜା ମହାନ୍ତି, ସୁଧାଂଶୁ ଶ୍ରୀଚନ୍ଦନ, ବିଷ୍ଣୁ ଚରଣ ମାର୍ଥା, ସୁଶାନ୍ତ ମଙ୍ଗରାଜ, ଶ୍ରୀଦ୍ଧାନ୍ତ ପଣ୍ଡା, ଲିଟୁ ମାର୍ଥା, ଚନ୍ଦ୍ରମଣି ପ୍ରଧାନ, ଲାଲି ଖାଁ, ଶ୍ରୀଧର ମାର୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାନବ ସେବା ମାଧବ ସେବା ଅନୁଭବ କରି ପୂଜା ସମିତି ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଏଥିରେ ପୂଜା ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ।

Comments are closed.