ରେଙ୍ଗଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ମନାପଡ଼ା ପଞ୍ଚାୟତ ଲସ୍ତଳା ଗ୍ରାମରେ ଚାଲିଥିବା ଗିରି ଗୋବର୍ଦ୍ଧନ ପୂଜା ଦେଖି ସାରି ବାଇକ୍ ରେ ଫେରୁଥିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ହର ଭୁଏ(୨୪) । ଘଟଣାକ୍ରମେ ହର ଓ ସରୋଜ ମହାନନ୍ଦ କୌଣସି କାମରେ ଯିବା ବାଟ ରେ ଲସ୍ତଲା-ଡଙ୍ଗଲ୍ଳା ରାସ୍ତାରେ ଥିବା ଏକ ପୋଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ବ୍ରିଜ୍ ତଳକୁ ଛିଟିକି ପଡ଼ି ହରଙ୍କର ମୃତ୍ୟୁ ଘଟିଥିବା ବେଳେ ସରୋଜ ମହାନନ୍ଦ ଗୁରୁତର ହୋଇଥିବା ଜଣା ପଡିଛି। ଏହି ଖବର ପାଇ ବରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତର ଖାନା ପଠାଇ ଅଧିକ ଅଧିକରୁ ତଦନ୍ତ ଜାରି ରଖିଛି।
Popular Categories



