www.samajalive.in
Sunday, December 7, 2025
23.1 C
Bhubaneswar

କରୋନାରେ ମୃତ୍ୟୁବରଣ କରିଥିବା କନିଷ୍ଠ ଯନ୍ତ୍ରୀଙ୍କୁ କାର୍ୟ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ରେଙ୍ଗାଲିକ୍ୟାମ୍ପ  : ଅତାବିରା ବ୍ଲକ ରେଙ୍ଗାଲିକ୍ୟାମ୍ପ ସ୍ଥିତ କେନାଲ ସବଡିଭିଜନର କନିଷ୍ଠ ଯନ୍ତ୍ରୀ ବୁଧୁରାମ ସିଂ ଦୀର୍ଘ ୧୩ବର୍ଷ ଧରି ଏଠାରେ କାର୍ୟ୍ୟ କରିଆସୁଥିଲେ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ନିଜ ସରକାରୀ ବାସଭବନକୁ ଫେରିଥିଲେ। କିନ୍ତୁ ପୁଣି ତାଙ୍କର ଦେହ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ତାଙ୍କର ଅକ୍ସିଜେନ୍ ସ୍ତ୍ରର କମିଯାଇଥିଲା। ତେଣୁ ପୁଣି ତାଙ୍କୁ ବୁର୍ଲା ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରଙ୍ଗକ୍ଷମଟିଆ ରୁ ପରିବାର ବର୍ଗ ଆସି ତାଙ୍କର ଶରୀରକୁ ନେଇଥିଲେ ଓ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ୭ ବର୍ଷର ବଡ ପୁଅ ଶିବାଶିଷ ମୁଖାଗ୍ନି ଦେଇଥିଲେ। ଏବେ ସ୍ତ୍ରୀ ଓ ୫/୭ ବର୍ଷର ଦୁଇଟି ପୁଅ ତଥା ସ୍ତ୍ରୀଙ୍କୁ ଶୋକ ସାଗରରେ ଭସେଇଦେଇ ସେ ଚାଲିଯାଇଛନ୍ତି। ତାଙ୍କ ଆତ୍ମାର ସଦଗତି ନିମନ୍ତେ କେନାଲ ବିଭାଗ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବିଭାଗୀୟ ଏସ ଡି ଓ ରବୀନ୍ଦ୍ର ସେଠ,ସହକାରୀ ଯନ୍ତ୍ରୀ ସୁକାନ୍ତ ନାଏକ,ଦିବ୍ୟକିଶୋର୍ କଉର, ରାଜକିଶୋର ମୁର୍ମୁ,ପ୍ରମୋଦ କୁମାର ବେହେରା,କର୍ମଚାରୀ କୈଳାଶ ଗଉଡ ,ଗୌରହରି ମିଶ୍ର,ଅଭିରାମ ପ୍ରଧାନ ଓ କାହୁଁ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ  କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories