www.samajalive.in
Wednesday, November 19, 2025
29.1 C
Bhubaneswar

ବ୍ରିଜରୁ ଖସିଲା ବାଲି ବୋଝେଇ ହାଇଓ୍ବା : କ୍ୟାବିନରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ସମ୍ବଲପୁର : ବ୍ରିଜରୁ ଖସି ଲଟକିଛି ବାଲି ବୋଝେଇ ହାଇଓ୍ବା। କ୍ୟାବିନ୍‌ରେ ଚାପି ହୋଇ ରହିଛନ୍ତି ଡ୍ରାଇଭର। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ହାଇୱା ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଅଧା ଝୁଲି ରହିଛି ହାଇୱା ଗାଡି। ଫଳରେ କ୍ୟାବିନ୍‌ରେ ଚାପି ହୋଇ ରହିଛନ୍ତି ଡ୍ରାଇଭର। ଖବର ପାଇ ଘଟଣାସ୍ଥଳରେ ରେଢାଖୋଲ ପୁଲିସ୍ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories