www.samajalive.in
Friday, December 5, 2025
20.1 C
Bhubaneswar

ନିଶା ମହାରଣା ନୃତ୍ୟକୁ ନେଇ ଗଣ୍ଡଗୋଳ, ଛୁରାମାଡ଼ରେ ଦୁଇ ଗୁରୁତର

କେନ୍ଦ୍ରାପଡ଼ା/ଗରଦପୁର: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ମଧୁଶାସନ ଗ୍ରାମପଞ୍ଚାୟତ କୁଦାନଗରୀ ସ୍ଥିତ ପର୍ଯ୍ୟଟନସ୍ଥଳୀରେ ମାଘ ମେଳା ଉପଲକ୍ଷେ ହେଉଥିବା ଯାତ୍ରାରେ ନିଶା ମହାରଣାଙ୍କ ନୃତ୍ୟକୁ ନେଇ ଛୁରାମାଡ଼ ହୋଇଛି। ଏହି ଛୁରାମାଡ଼ରେ ଦୁଇଜଣ ଗୁରୁତର ହୋଇଥିବାବେଳେ ଚେୟାର ଫିଙ୍ଗା, ଧସ୍ତାଧସ୍ତିରେ ଅନେକ ଦର୍ଶକ ଆହତ ହୋଇଛନ୍ତି।  ମେଳାରେ ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ, କୁଦାନଗରୀ ପକ୍ଷରୁ ସ୍ବର୍ଣ୍ଣମହଲ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଥିବାବେଳେ ଅପରପାର୍ଶ୍ବରେ ଆଉ ଏକ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଥିଲା। ତେବେ ପରିଷଦ ପକ୍ଷରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଟମ୍‌‌ ଗାର୍ଲ ନିଶା ମହାରଣାଙ୍କୁ ଷ୍ଟେଜ୍‌ ସୋ’ ପାଇଁ ଅଣାଯାଇଥିଲା। ନିଶା ତାଙ୍କର ନୃତ୍ୟ ଆରମ୍ଭ କରିବାର କିଛି ସମୟ ପରେ କିଛି ଦର୍ଶକ ନୃତ୍ୟ ବନ୍ଦ ପାଇଁ କହିଥିଲାବେଳେ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି କହିଥିଲେ। ଏହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ନୃତ୍ୟ ବନ୍ଦ କରୁଥିବା ଦର୍ଶକ ନିଶାଙ୍କ ଉପରକୁ ସିଗାରେଟ୍‌ ଟାଣି ଫୋପାଡ଼ିବା ଦ୍ୱାରା ନିଶା ଷ୍ଟେଜ୍‌ ଛାଡ଼ି ପଳାଇଥିଲେ। ନିଶାଙ୍କ ନୃତ୍ୟ ବନ୍ଦ ହେବାରୁ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ବଚସା, ଚେୟାର ଫିଙ୍ଗା, ଧସ୍ତାଧସ୍ତି, ପିଟାପିଟି, ହୋ-ହାଲ୍ଲାରେ ପେଣ୍ଡାଲ ପରିସର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ୍‌‌ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ପରେ ଯାତ୍ରା ବନ୍ଦ ହୋଇଯାଇଥିଲା। ଟିକଟ୍‌ କାଟି ଯାତ୍ରା ଦେଖିବାକୁ ବସିଥିବା ଶହ ଶହ ଦର୍ଶକ ନିଜର ସୁରକ୍ଷା ପାଇଁ ରାତିଅଧରେ ନିରାଶ ହୋଇ ଘରକୁ ଫେରିଥିଲେ। ଏପରିକି ଏହି ଗଣ୍ଡଗୋଳରେ ବହୁ ଦର୍ଶକ ଖଣ୍ଡିଆ ଖାବରା ହୋଇଛନ୍ତି। ଯାତ୍ରା ବନ୍ଦ କରୁଥିବା ଦର୍ଶକ ଠେଲାପେଲାର ଶିକାର ହେବାରୁ ସଂଘବଦ୍ଧ ଭାବେ ଯାତ୍ରା କମିଟି ସଦସ୍ୟ ସ୍ବପ୍ନଜିତ୍‌ ମହାପାତ୍ର ଓ ଜିତେନ୍ଦ୍ର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ବପ୍ନଜିତ୍‌ଙ୍କୁ ଛୁରାମାଡ଼ କରିଥିବାବେଳେ ଠେଙ୍ଗାରେ ବାଡେଇ ଜିତେନ୍ଦ୍ରଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ପରିବାର ଲୋକ ଓ କମିଟି ସଦସ୍ୟମାନେ ତାଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ୍‌ରେ ଭର୍ତ୍ତି କରାଇଛନ୍ତି। ଏହି ଘଟଣା ଘଟିବା ପରେ ଯାତ୍ରା କମିଟି ପକ୍ଷରୁ ସଭାପତି ସଞ୍ଜୟ କୁମାର ରାଉତ, ବନବିହାରୀ ପାତ୍ର, ଅକ୍ଷୟ ସାହୁ, ଶାରଦା ପ୍ରସାଦ ବାରିକ, ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ କୁଦାନଗରୀ ଥାନାରେ ନୃତ୍ୟ ବନ୍ଦ କରୁଥିବା ଯୁବକଙ୍କ ବିରୋଧରେ ଅଭିଯୋଗ କରିବା ସହିତ ପେଣ୍ଡାଲ, ଚେୟାର ଭଙ୍ଗା, ଯାତ୍ରା ପାର୍ଟିର ହୋଇଥିବା କ୍ଷତିଭରଣା ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଗୁରୁତର ହୋଇଥିବା କମିଟି ସଦସ୍ୟ ସ୍ବପ୍ନଜିତ୍‌, ଜିତେନ୍ଦ୍ର ଏବଂ ନୃତ୍ୟ ବନ୍ଦ କରୁଥିବା ସମ୍ପର୍କ ସ୍ୱାଇଁ ପୃଥକ୍‌ ଭାବେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଅଶ୍ଳୀଳ ନାଚ ପାଇଁ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବାବେଳେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଦାନଗରୀ ଥାନାଧିକାରିଣୀ ଅମ୍ବିକା ଦାସ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories