www.samajalive.in
Friday, December 5, 2025
20.1 C
Bhubaneswar

୧୩ରୁ ବଜେଟ ଅଧିବେଶନ: ସରଗରମ ହେବ ଗୃହ, ପରସ୍ପରକୁ ଘେରିବାକୁ ରଣନୀତି

ଭୁବନେଶ୍ବର : ଆସନ୍ତା ୧୩ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ୧୭ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ବଜେଟ ଉପସ୍ଥାପନ ପରେ ଏହା ଉପରେ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେବ। ଏକାଧିକ ପ୍ରସଙ୍ଗକୁ ନେଇ ଏଥର ଗୃହ ବେଶ୍‌ ସରଗରମ ହେବା ସମ୍ଭାବନା ରହିଛି। ଶାସକ ଦଳକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଚଳାଇଛନ୍ତି। ପୂର୍ବ ଦୁଇଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଦୋଷ ଦେଇ ଖସିଯିବା‌େର ସଫଳ ହୋଇଥିବା ଶାସକ ବିଜେପି ପାଇଁ ଏଥର ଅଧିବେଶନ ବେଶ୍‌ ଆହ୍ବାନପୂର୍ଣ୍ଣ ହେବ ବୋଲି ରାଜନୈତିକ ସମୀକ୍ଷକ ମହଲରେ ମତପ୍ରକାଶ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବାବେଳେ ୨୦୨୫-୨୬ ବଜେଟର ଆକାର ୩ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି। ବିଶେଷକରି ରାଜ୍ୟ ସରକାର ସୁଭଦ୍ରା ଯୋଜନା ସମେତ ଏକାଧିକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଥିବାରୁ ବଜେଟର କଳେବର ବୃଦ୍ଧି ପାଇବ ବୋଲି ବହୁ ଅର୍ଥନୀତି ବିଶେଷଜ୍ଞ ମତ ଦେଇଛନ୍ତି। ଆସନ୍ତା ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୧୩ରୁ ଆରମ୍ଭ ହୋଇ ଫେବୃଆରୀ ୨୧ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୨ରୁ ୨୮ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏହା ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ମୋଟ ୫୨ଦିନ ଧରି ଚାଲିବାକୁ ଥିବା ବିଧାନସଭାରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି। ଫେବୃଆରୀ ୧୩ରେ ଗୃହ ଆରମ୍ଭ ହେବା ପରେ ରାଜ୍ୟପାଳ ଗୃହରେ ଅଭିଭାଷଣ ପ୍ରଦାନ କରିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜ ମତ ରଖିବେ। ଏହାପରେ ଫେବୃଆରୀ ୧୭ରେ ମୁଖ୍ୟମନ୍ତ୍ରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ ସହିତ ୧୨ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ପାରିତ କରିଥିଲେ। ଏହି ବଜେଟ ଅର୍ଥ ଖର୍ଚ୍ଚ କରିବା‌େ‌ର ସରକାର ସମର୍ଥ ହୋଇପାରିନାହାନ୍ତି। ସେହିପରି ରେଳବାଇ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଏହି ଦୁଇଟି ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ସମ୍ଭାବନା ରହିଛି। ଏଥିସହିତ ଶୀତଳଭଣ୍ଡାର ସ୍ଥାପନ, ଜଳସେଚନ ସୁବିଧା, ଶିକ୍ଷାନୀତି ଲାଗୁ ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡ଼ାକୁ ଟାଣିବା ସମ୍ଭାବନା ରହିଥିବା ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଶାସକ ବିଜେପି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିବା ସହିତ ଗୃହ ଭିତରେ ଶାସକ ଦଳକୁ ସୁରକ୍ଷା ଦେବା ନୂଆ ମନ୍ତ୍ରୀଙ୍କ ପାଇଁ ଆହ୍ବାନ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories