www.samajalive.in
Sunday, December 7, 2025
26.1 C
Bhubaneswar

ବଲାଙ୍ଗିର ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକ : ‘ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ’ ପ୍ରସ୍ତାବ ଗୃହିତ

ବଲାଙ୍ଗିର : ୟୁକ୍ରେନ-ରୁଷ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ । ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବଲାଙ୍ଗିର ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ପ୍ରସ୍ତାବ ଗୃହିତ ହୋଇଛି । ଯୁଦ୍ଧକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଯୁଦ୍ଧ ବନ୍ଦ ପାଇଁ ଏହି ଅବସରରେ ଆହ୍ୱାନ ଦିଆଯାଇଛି।
ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା.କୁବେର ଚନ୍ଦ୍ର ମହନ୍ତ, ଜିଲା ଜରୁରୀକାଳୀନ ଅଧିକାରିଣୀ ରୀନା କୁମାରୀ ନାଏକ ମଞ୍ଚାସୀନ ଥିଲେ। ସୁସ୍ଥ ସମାଜ ଗଠନ କରିବାରେ ରେଡକ୍ରସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ପାଣ୍ଠି ବୃଦ୍ଧି ପାଇଁ ମହାବିଦ୍ୟାଳୟସ୍ତରରେ ଉଦ୍ୟମ କରାଯିବାକୁ ମୁଖ୍ୟଅତିଥି ଶ୍ରୀ ଧରୁଆ ମତବ୍ୟକ୍ତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଶ୍ରୀ ଡା.ମହନ୍ତ ଓ ଶ୍ରୀମତୀ ନାଏକ ଜିଲା ରେଡକ୍ରସ କେମିତି ଶକ୍ତିଶାଳୀ ଓ ସଂଗଠିତ କରାଯିବ ଓ କାର୍ଯ୍ୟକ୍ରମକୁ ବ୍ୟାପକ, ତ୍ୱରାନ୍ୱିତ ହେବ ସେ ସଂପର୍କରେ କହିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲା ରେଡକ୍ରସର ଅବାହକ ତଥା ସଂପାଦକ ଅମୃତ ସିଂ ବରିହା ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଜିଲା ସଂଯୋଜକ ଦୈତାରୀ ପୂଜାରୀ ସଭା ସଂଯୋଜନା ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଡ.କୌତୁକ ପନ୍ଦର ଧନ୍ୟବାଦ ଦେଇଥିଲେ।
ସେହିପରି ଦ୍ୱିତୀୟ ଅଧିବେଶ ଜିଲା ସଂଯୋଜକ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା। ଜିଲାସ୍ତରୀୟ ଶିବିର, ମଣ୍ଡଳସ୍ତରୀୟ ଶିବିର ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ରେଡକ୍ରସ କାଉନ୍ସିଲର୍ ପୁରୁଷୋତ୍ତମ ଭଞ୍ଜ, ଜଗମୋହନ ପାଢୀ, ନିରୋଜ ମିଶ୍ର, ଜୟନ୍ତ ବାରିକ, ରଞ୍ଜିତା ଗୁରୁ, ରତିକାନ୍ତ ନାଏକ, ବଳଭଦ୍ର ଦାଶ, ପ୍ରହଲ୍ଲାଦ ସାହୁ, ସୁରେଶ ଷଡଙ୍ଗୀ, ଅନ୍ତର୍ଯ୍ୟାମୀ ମିଶ୍ର, ରଶ୍ମିରଞ୍ଜନ ସ୍ୱାଇଁ, ପ୍ରବୀର ସେନାପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲାର ବିଭିନ୍ନ ଅଞ୍ଚଳରୁ ୭୦ରୁ ଉର୍ଦ୍ଧ କାଉନ୍ସିଲର୍ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories