www.samajalive.in
Monday, December 15, 2025
24.1 C
Bhubaneswar

୧୦ ବର୍ଷ ପରେ ଆରବିଆଇ ବନ୍ଦ କଲା ଏସଜିବି

ସମାଜ ଡିଜିଟାଲ ଡେସ୍କ: ସୁନାରେ ନିବେଶ କରୁଥିବା ନିବେଶକମାନଙ୍କ ପାଇଁ ଦୁଃଖ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନିବେଶକମାନଙ୍କ ସକାଶେ ୨୦୧୫ରେ ଆରମ୍ଭ କରିଥିବା ସୋଭରେନ ଗୋଲ୍ଡ ବଣ୍ଡ(ଏସଜିବି) ସ୍କିମକୁ ବନ୍ଦ କରିଦେଇଛି। ବିଗତ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସରକାରଙ୍କ ପାଇଁ ଏହି ସ୍କିମକୁ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା। ତେଣୁ ଆରବିଆଇ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି।

ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୪ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଆଗକୁ ବି ମୂଲ୍ୟ ବୃଦ୍ଧି ସମ୍ଭାବନା ରହିଛି। କମୋଡିଟି ବଜାର ବିଶେଷଜ୍ଞଙ୍କ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାରିଫ ନିଷ୍ପତ୍ତି ପରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ।

- Advertisement -

ଏସଜିବି ଏପରି ଏକ ଯୋଜନା ଥିଲା, ଯେଉଁଥିରେ ନିବେଶକମାନଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ମିଳୁଥିଲା। ଆରବିଆଇ ୱେବସାଇଟ ଅନୁସାରେ, ଏସଜିବିର ମ୍ୟାଚୁରିଟି ୮ ବର୍ଷ ଥିଲା। ଏହାର ଧାର୍ଯ୍ୟ ସୁଧ ହାର ବାର୍ଷିକ ୨.୫ ପ୍ରତିଶତ ରହିଥିଲା। ଏହା ବ୍ୟତୀତ ୮ ବର୍ଷରେ ସୁନାର ମୂଲ୍ୟ ଯେତେ ବୃଦ୍ଧି ପାଇବ ତାହାର ଲାଭ ବି ନିବେଶକମାନେ ପାଉଥିଲେ। ଏସଜିବି ଅଧୀନରେ ମିଳୁଥିବା ସୁଦ୍ଧା ଉପରେ ଟିକସ ଲାଗୁଥିଲା। କିନ୍ତୁ ମ୍ୟାଚୁରିଟି ସମ୍ପୂର୍ଣ୍ଣ ହେବା ପରେ କ୍ୟାପିଟାଲ ଗେନ୍‌ ଟିକସ ଛାଡ଼ କରାଯାଉଥିଲା, ଯାହା ନିବେଶକମାନଙ୍କ ପାଇଁ ବଡ଼ ଲାଭଦାୟକ ସାବ୍ୟସ୍ତ ହେଉଥିଲା।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories