www.samajalive.in
Sunday, December 7, 2025
16.1 C
Bhubaneswar

ରେପୋ​‌ ରେଟ୍‌ ହ୍ରାସ କଲା ଆରବିଆଇ; ସୁଧହାର କମିବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶବାସୀଙ୍କୁ ପ୍ରଥମ ଉପହାର ଦେଇଛି। ଆରବିଆଇ ପକ୍ଷରୁ ପୁଣି ଥରେ ରେପୋ ରେଟ୍‌ ହ୍ରାସ କରାଯାଇଛି। ଆରବିଆଇର ତ୍ରୈମାସିକ ମୁଦ୍ରାସ୍ଫୀତି ସମୀକ୍ଷା ବୈଠକରେ ରେପୋ ରେଟ୍‌ ୬%ରୁ ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ଫଳରେ ଏବେ ରେପୋ ରେଟ୍‌ ୫.୭୫% ରହିଛି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ରେପୋ ରେଟ୍‌ ହ୍ରାସ ପାଇବା ପରେ ବ୍ୟାଙ୍କ ସୁଧ ହାରରେ ହ୍ରାସ ଘଟିବ ଏବଂ ଜନସାଧାରଣ ଏହାଦ୍ବାରା ବିଶେଷ ଉପକୃତ ହେବେ। ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ଆରବିଆଇର ୨ଟି ବୈଠକରେ ରେପୋ ରେଟ୍‌ ୨୫ ବେସିସ ପଏଣ୍ଟ ଲେଖାଏ ହ୍ରାସ କରାଯାଇଥିଲା। ଜୁନ ମାସରେ ୩ୟ ଥର ପାଇଁ ରେପୋ ରେଟ୍‌ ହ୍ରାସ କରାଯାଇଛି।

ଲାଭବାନ ହେବେ ଋଣଗ୍ରହିତା:

ରେପୋ ରେଟ୍‌ ହ୍ରାସର ଫାଇଦା ଜନସାଧାରଣଙ୍କୁ ମିଳିବ। ଆରବିଆଇର ଏହି ନିଷ୍ପତ୍ତି ପରେ ବ୍ୟାଙ୍କଗୁଡ଼ିକ ଉପରେ ସୁଧହାର କମାଇବା ଲାଗି ଚାପ ପଡ଼ିବ। ସୁଧ ହାର କମ୍‌ ହେଲେ ଲୋକଙ୍କୁ ଏହାର ଲାଭ ମିଳିବ। ବିଶେଷକରି ଯେଉଁମାନଙ୍କର ଗୃହ କିମ୍ବା ଗାଡ଼ି ଋଣ ଥିବ ସେମାନଙ୍କ ଇଏମଆଇ କମ୍‌ ହେବ। ଏହାବ୍ୟତୀତ ବ୍ୟାଙ୍କରୁ ନୂଆ ଋଣ ନେଲେ ଋଣଗ୍ରହିତାଙ୍କୁ ପୂର୍ବ ତୁଳନାରେ କମ୍‌ ସୁଧ ଦେବାକୁ ପଡ଼ିବ।

- Advertisement -

ଜିଡିପି ଆକଳନରେ ହ୍ରାସ:

ଏହା ମଧ୍ୟରେ ଆରବିଆଇ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ଆକଳନକୁ ମଧ୍ୟ ହ୍ରାସ କରିଛି। ଜିଡିପି ଅଭିବୃଦ୍ଧି ହାର ୭% ରହିବ ବୋଲି ଆରବିଆଇ ଆକଳନ କରିଛି। ଏହା ପୂର୍ବରୁ ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଆରବିଆଇ ଆକଳନ କରିଥିଲା।

ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର:

ଏହା ବ୍ୟତୀତ ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି। ଆରବିଆଇ ଆରଟିଜିଏସ ଏବଂ ଏନଇଏଫଟି ଉପରେ ଲାଗୁ କରୁଥିବା ଶୁଳ୍କକୁ ହଟାଇ ଦେଇଛି। ଫଳରେ ଏଣିକି ଆରଟିଜିଏସ ଏବଂ ଏନଇଏଫଟି ଜରିଆରେ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ କୌଣସି ପ୍ରକାର ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

ଏଟିଏମ ଟ୍ରାଞ୍ଜାକ୍ସନ ଶୁଳ୍କ ଉପରେ ନିଷ୍ପତ୍ତି ଖୁବ୍‌ଶୀଘ୍ର:

ଆରବିଆଇ ପକ୍ଷରୁ ଏଟିଏମ ଟ୍ରାଞ୍ଜାକ୍ସନ ଶୁଳ୍କକୁ ନେଇ ମଧ୍ୟ ବଡ଼ ଧରଣର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ଏ ନେଇ ଏକ କମିଟି ଗଠନ କରିବ ବୋଲି ବୈଠକରେ ନିଷ୍ପତ୍ତି ନେଇଛି। ଏହି କମିଟି ଜରିଆରେ ଏଟିଏମ ଶୁଳ୍କ ସମ୍ପର୍କରେ ସମୀକ୍ଷା କରାଯିବ। କମିଟି ଏହାର ପ୍ରଥମ ବୈଠକର ଦୁଇମାସ ମଧ୍ୟରେ ନିଜର ସୁପାରିସ ଆରବିଆଇକୁ ଦେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories