www.samajalive.in
Sunday, December 7, 2025
26.1 C
Bhubaneswar

କ୍ରିପ୍ଟୋକରେନ୍ସିକୁ ନେଇ ଆରବିଆଇ ଚିନ୍ତିତ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଯେଉଁଭଳି ଚାହିଦା ପ୍ରକାଶ ପାଉଛି ଏବଂ ଏହାକୁ ନେଇ ଯେଉଁଭଳି ପ୍ରଚାର ହେଉଛି ତାହା ଅତିରଞ୍ଜିତ ଏବଂ ଏହି ନୂଆ ଧରଣର ସଂପତ୍ତିରେ ନିବେଶ କରିବାକୁ ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସମ୍ଭବତଃ ଏଭଳି କରାଯାଉଛି । ଏଭଳି ନିବେଶକୁ ନେଇ ସେ ନିଜର ଚିନ୍ତା ଦୋହରାଇବା ସହିତ କହିଛନ୍ତି ଯେ ଏହା ଉପରେ ସରକାର ନିଜର ସୁପାରିଶ କରିବାକୁ ସକ୍ରିୟ ଭାବରେ ବିଚାର କରୁଥିବା ଭାରତୀୟ ରିଭର୍ଜ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।
ଶ୍ରୀ ଦାସ କହିଛନ୍ତି, ଲୋକମାନେ ଏଭଳି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ଯାହାକୁ ନେଇ ଆରବିଆଇ ଗଭୀର ଭାବରେ ଚିନ୍ତିତ । ବିଶେଷକରି ବୃହତ ଅର୍ଥନୈତିକ ଏବଂ ଆର୍ଥିକ ସ୍ଥିରତା ଦୃଷ୍ଟିକୋଣରୁ ରିଜର୍ଭ ବ୍ୟାଙ୍କ ଚିନ୍ତିତ ଥିବା ସେ କହିଛନ୍ତି । ଏହି ପ୍ରସଙ୍ଗରେ ଆରବିଆଇ ନିଜର ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିସାରିଛି । ତାହା ସରକାରଙ୍କର ବିଚାରାଧୀନ ରହିଛି ଏବଂ ସରକାର ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ । ସେ ଏହା ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକରେନ୍ସିକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବାକୁ ଅତିରଞ୍ଜିତ ଭାବରେ ପ୍ରଚାର କରାଯାଉଛି । ତେବେ ଏଥିରେ ନିବେଶ କରାଯାଉଥିବା ଅର୍ଥ ବୃଦ୍ଧିପାଉଥିବା ଖବର ତାଙ୍କ ପାଖରେ ରହିଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories