ବିଷ ପିଇ ମା’ ପୁଅ ମୃତ

ରାୟଗଡା: ବିଷ ପିଇ ମା’ ପୁଅଙ୍କ ଆତ୍ମହତ୍ୟା ଅଭିଯୋଗ । ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଯେମଦେଇପେଣ୍ଟ ଗ୍ରାମରେ ଏପରି ଘଟଣା ଘଟିଛି ।  ପୁଅ ସମେଶ ଗୁଡୁଲା (୨୩) ଏବଂ ମା ରଜନୀ ଗୁଡୁଲା(୫୨) ବିଷ ପିଇ ଜୀବନ ହାରିଛନ୍ତି । ସୂଚନା ମୁତାବକ ନିଜ ଝିଅ ଜ୍ୱାଇଁ ପାଖରୁ ଋଣ ସୂତ୍ରରେ ପାଞ୍ଚଭରି ସୁନା ଆଣି ବିକି ଛୋଟ ହଟେଲ କରି ଚଳି ଆସୁଥିଲେ ମା’ ପୁଅ । ବ୍ୟବସାୟରେ କ୍ଷତି ହେବାରୁ ନିଜ ଝିଅ ପକ୍ଷରୁ ଆଣିଥିବା ସୁନା ଫେରେଇ ପାରନଥିଲେ । ଫଳରେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସେହି କାରଣରୁ ଘରେଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସେସଖାଲ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

kalyan agarbati

Comments are closed.