www.samajalive.in
Sunday, December 7, 2025
26.1 C
Bhubaneswar

ଭୀଷଣ ବର୍ଷା ସତ୍ତ୍ୱେ ରାୟଗଡ଼ା ଜିଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ

କଲ୍ୟାଣସିଂହପୁର: ଭୀଷଣ ବର୍ଷା ସତ୍ତ୍ୱେ ରାୟଗଡା ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗୁରୁବାର ସନ୍ଧ୍ୟାରେ ଅକସ୍ମାତ କଲ୍ୟାଣସିଂହପୁର ବ୍ଲକ ଗସ୍ତ କରିଛନ୍ତି। ଜିଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ମନିଷା ଦାସଙ୍କ ସହ ଆଲୋଚନା କରିବା ପରେ ବ୍ଲକର ସମସ୍ତ ଅଧିକାରୀମାନଙ୍କ ସହ ପାର୍ସାଲି ପଞ୍ଚାୟତ ଅଧିନସ୍ଥ କାଡ୍ରାକା ବଣ୍ଡେଲି ଗ୍ରାମରେ ପହଞ୍ଚିଥିଲେ। ଚାଲିଥିବା ପ୍ରଧାନମନ୍ତ୍ରୀ ଜନ ମନ ଯୋଜନାରେ ନିର୍ମାଣାଧିନ ଆବାସ ଗୃହ ମାନ ପରିଦର୍ଶନ କରିଥିଲେ। ସେଠାରେ ପରିଦର୍ଶନ କରି ଗ୍ରାମର ଲୋକଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ପଞ୍ଚକୋଡ଼ି ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଜନ ମନରେ ନିର୍ମାଣ ଚାଲିଥିବା ଗୃହ ଓ ଅନ୍ୟାନ୍ୟ ଜୀବନ ଜୀବିକା ଉପରେ ଆଲୋଚନା କରିଥିଲେ। ପରେ ସିଙ୍ଗାରି ପଞ୍ଚାୟତର ପାଲଖମଣ ଗ୍ରାମକୁ ଯାଇ ସେଠାରେ ଥିବା ସ୍ୱୟଂ ସହାୟକ ଗୋଷ୍ଠିର କୁକୁଡ଼ା ପାଳନ ଫାର୍ମକୁ ବୁଲି ଦେଖିଥିଲେ। ଏହି ଗସ୍ତକୁ ନେଇ ବ୍ଲକର ସମସ୍ତ କର୍ମଚାରୀ ତତ୍ପର ହୋଇଉଠିଥିବା ସହ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, କନିଷ୍ଠ ଯନ୍ତ୍ରୀ ଗିରିଜା ଶଙ୍କର ପତି, ଏ ପି ଓ ମାର୍ସଲ ପ୍ରଧାନ, ପାର୍ସାଲି ପଞ୍ଚାୟତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ.ପି.ଲି.ପିର ପ୍ରକଳ୍ପ ପରିଚାଳକ ଫିଲିପ୍ସ ବାଗଙ୍କ ସହ ରାୟଗଡାରୁ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ସହଯୋଗ କରିଥିଲେ। ଏହି ଦୁଇ ଘଣ୍ଟା ଗସ୍ତକୁ ନେଇ ବ୍ଲକ କର୍ମଚାରୀମାନଙ୍କ ମନରେ ଛନକା ପଶିଥିଲା। ଗସ୍ତ ସମୟରେ ପାର୍ସାଲି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀହରି ମହାନନ୍ଦିଆ ଓ କାଡ୍ରାକା ବଣ୍ଡେଲି ଗ୍ରାମବାସୀଙ୍କ ସହ ମିଶି ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଳମ୍ବିତ ରାତିରେ ଜିଲାପାଳ ଫେରିଥିବା ଜଣାପଡ଼ିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories