www.samajalive.in
Saturday, December 6, 2025
19.1 C
Bhubaneswar

କଞ୍ଚା କଦଳୀ ଖାଇବା ଶରୀର ପାଇଁ ଲାଭଦାୟକ

ପାଚିଲା ଫଳ ତ ସମସ୍ତେ ଖାଇଥାଆନ୍ତି। କିନ୍ତୁ କଞ୍ଚା ଫଳ ଖାଇବାର ମଧ୍ୟ ଅନେକ ଲାଭଜନକ ଗୁଣ ରହିଛି। ଯେପରି କଦଳୀ। କଦଳୀ ଏପରି ଏକ ଫଳ ଯାହାର ବ୍ୟବହାର ସମସ୍ତ କାର୍ଯ୍ୟରେ କରାଯାଇଥାଏ। କଞ୍ଚା କଦଳୀ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା କଦଳୀ ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ ..

କୋଷ୍ଠକାଠିନ୍ୟ ସମସ୍ୟା :

- Advertisement -

କଞ୍ଚା କଦଳୀରେ ଫାଇବର ଓ ଉପକାରୀ ଷ୍ଟ୍ରାର୍ଚ୍ଚ ରହିଛି। ଏହା ଶରୀରରେ କୌଣସି ହାନିକାରକ ତତ୍ତ୍ବ ଜମା ହେବାକୁ ଦେଇନଥାଏ। କଞ୍ଚା କଦଳୀ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ତେଣୁ ଏହି ସମସ୍ୟା ଥିବା ବ୍ୟକ୍ତିମାନେ ପ୍ରତିଦିନ କଞ୍ଚା କଦଳୀ ଖାଇବା ଉଚିତ।

ଓଜନ ହ୍ରାସ କରିବାରେ ସହାୟକ :

ଯଦି ଆପଣ ଓଜନ କମ କରିବା ପାଇଁ ଚାହୁଁଛନ୍ତି ତେବେ କଞ୍ଚା କଦଳୀ ଖାଆନ୍ତୁ। ଏହା ଆପଣଙ୍କ ଓଜନ ହ୍ରାସ କରି ସନ୍ତୁଳିତ କରିଥାଏ। କଦଳୀରେ ଥିବା ଫାଇବର ଚର୍ମି ଓ ଅପରିଷ୍କାର ତତ୍ତ୍ବ ସଫା କରିବାରେ ସାହାର୍ଯ୍ୟ କରିଥାଏ।

ଶର୍କରା ନିୟନ୍ତ୍ରଣ କରିଥାଏ :

ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ କଞ୍ଚା କଦଳୀ ଖାଇବା ଉଚିତ। ଏହା ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। କଞ୍ଚା କଦଳୀ ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରିତ କରିଥାଏ। ଯାହାଦ୍ବାରା ମଧୁମେହ ରୋଗ ହେବାର ସମ୍ଭାବନା କମ ହୋଇଥାଏ।

ଭୋକ କମ ହୋଇଥାଏ :

କଞ୍ଚା କଦଳୀରେ ଫାଇବର ଓ ଅନ୍ୟାନ୍ୟ ପୋଷକ ତତ୍ତ୍ବ ରହିଛି। ଏହାକୁ ଖାଇବା ଦ୍ବାରା ଭୋକ କମ୍‌ ହୋଇଥାଏ।

ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ :

କଞ୍ଚା କଦଳୀ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ କଞ୍ଚା କଦଳୀ ଖାଇବା ଦ୍ବାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories