www.samajalive.in
Monday, December 15, 2025
15.1 C
Bhubaneswar

ଅଯୋଧ୍ୟା ମାମଲା: ରବିଶଙ୍କରଙ୍କୁ ଶିବସେନା ଓ ଓୱେସିଙ୍କ ସମାଲୋଚନା

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ କୋର୍ଟ ମନ୍ଦିର ସପକ୍ଷରେ ରାୟ ନ ଦେଲେ ସିରିଆ ପରି ଭାରତରେ ମଧ୍ୟ ରକ୍ତପାତ ହେବ ବୋଲି କହି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବିବାଦୀୟ ହୋଇପଡିଛନ୍ତି। ଏଭଳି ମନ୍ତବ୍ୟ ଲାଗି ତାଙ୍କୁ ଶିବସେନା ଏବଂ ସର୍ବଭାରତୀୟ ମଜଲିସ-ଇ-ଇତ୍ତେହାଦ-ଉଲ୍‌ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସି କଡ଼ା ସମାଲୋଚନା କରିଛନ୍ତି। ରବିଶଙ୍କର ଏଭଳି ମନ୍ତବ୍ୟ ଦେଇ ପରୋକ୍ଷରେ ଧମକ ଦେଇଛନ୍ତି। ଏହି ମାମଲା ବିଚାରାଧିନ ଥିବା ବେଳେ କେଉଁ ଉଦ୍ଦେଶ୍ୟ ନେଇ ରବିଶଙ୍କର ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଓୱେସି ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ସେ ଅଦାଲତ ଅବମାନନା କରିଛନ୍ତି। ଏଣୁ ତାଙ୍କୁ ଗିରଫ କରାଯିବା ଉଚିତ। ଏଥିସହ ଏହି ମାମଲାର ଶୁଣାଣି ୨୦୧୯ ଲୋକସଭା ନିର୍ବାଚନ ପରେ ହିଁ କରାଯିବା ଉଚିତ ବୋଲି ଓୱେସି ମତ ଦେଇଛନ୍ତି। ମାର୍ଚ୍ଚ ୧୪ରେ ଏହି ମାମଲାର ଶୁଣାଣି ପୂର୍ବରୁ ରବିଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଏଭଳି ମନ୍ତବ୍ୟ ଦେଇଥିବା ଓୱେସି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶିବସେନା ପକ୍ଷରୁ ଏହାର ମୁଖପତ୍ର ‘ସାମନ୍ନା’ରେ ରବିଶଙ୍କରଙ୍କୁ ସମାଲୋଚନା କରାଯାଇଛି। ଏଭଳି ମନ୍ତବ୍ୟ ଦେଇ ରବିଶଙ୍କର ଲୋକଙ୍କ ମଧ୍ୟରେ ଆତଙ୍କସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଆଇଏସ୍‌ଆଇଏସ୍‌ଆଇ ସହିତ ରମମନ୍ଦିର ପ୍ରସଙ୍ଗକୁ ଯୋଡି ସେ ବିତର୍କକୁ ପ୍ରଶ୍ରୟ ଦେଇଛନ୍ତି। ଏହାର ତଦନ୍ତ ହେବା ଆବଶ୍ୟକ। ଜଣେ ଆଧ୍ୟାତ୍ମିକ ଗୁରୁ ଏଭଳି ମନ୍ତବ୍ୟ ଦେବା ଶୋଭା ପାଏ ନାହିଁ ବୋଲି ‘ସାମନ୍ନା’ରେ ଉଲ୍ଲେଖ କରାଯାଇଛି। ରବିଶଙ୍କର କହିଥିଲେ, କୋର୍ଟ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ନ ଦେଲେ ରକ୍ତପାତ ହେବ। ସଂଖ୍ୟାଗରିଷ୍ଠ ହିନ୍ଦୁ ମୁସଲମାନଙ୍କ ବିରୋଧରେ ମନରେ ଆକ୍ରୋଶ ରଖିବେ। ତେବେ ଇସ୍‌ଲାମ ଅନୁଯାୟୀ କୌଣସି ବିବାଦୀୟ ସ୍ଥାନରେ ମୁସଲମାନ ନମାଜ ପାଠ କରିପାରିବେ ନାହିଁ। ଏଣୁ ସେମାନେ ଅଯୋଧ୍ୟାରେ ମସ୍‌ଜିଦ ନିର୍ମାଣ କରିପାରିବେ ନାହିଁ। ଏହିପ୍ରକାରେ ପ୍ରତ୍ୟେକଙ୍କ ବିଜୟ ହେବ ବୋଲି ସେ ଦର୍ଶାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories