www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜନୈତିକ ନେତାମାନେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ଘଟଣାକୁ ସର୍ବୋଚ୍ଚ ନ୍ୟାୟାଳୟ ତୀବ୍ର ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତି ଅନ୍ୟ ରାଜନୈତିକ ଦଳର ସଦସ୍ୟ ହୋଇଥିବା କାରଣରୁ ତାଙ୍କୁ କେହି ଅସମ୍ମାନ କରିପାରିବେ ନାହିଁ। ଏଭଳି ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କୁ ଲୋକେ ସମ୍ମାନ ଦେବା ଉଚିତ ବୋଲି ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ କହିଛନ୍ତି। ବିଜେପି ବିଧାୟକ ଓମ୍‌ ପ୍ରକାଶ ଶର୍ମା ଏବଂ ମ୍ୟୁନିସିପାଲ କାଉନ୍‌ସିଲର ଗୁଞ୍ଜନ ଗୁପ୍ତାଙ୍କ ବିରୋଧରେ ଥିବା ଅବମାନନା ଅଭିଯୋଗର ଶୁଣାଣି କରି ବିଚାରପତି ଏହି ରାୟ ଦେଇଛନ୍ତି। ଏକ ସିଲିଂ ଅଭିଯାନକୁ ରୋକିବା ବେଳେ ବିଜେପି ନେତାଙ୍କ ସମର୍ଥକମାନେ ଦଳୀୟ ଧ୍ୱଜା ଲହରାଇବା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ବିକ୍ଷୋଭ ସମୟର ଏକ ଭିଡିଓ ଦେଖିବା ପରେ ଶର୍ମା ଏବଂ ଗୁପ୍ତା ସିଲିଂ ଅଭିଯାନରେ ଥିବା ଅଧିକାରୀଙ୍କୁ ରୋକି ନ ଥିବା କୋର୍ଟ ଜାଣିବାକୁ ପାଇଥିଲେ। ଏହାପରେ ଉଭୟଙ୍କ ବିରୋଧରେ ଥିବା ଅବମାନନା ଅଭିଯୋଗକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଫେବୃୟାରୀ ୧୦ରେ ଖଣ୍ଡପୀଠ ଏହି ବିଧାୟକ ଏବଂ କାଉନସିଲରଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଥିଲେ। ଏଥିସହ ଅଭିଯୁକ୍ତ ଯେକୌଣସି ଉଚ୍ଚ ପଦବୀରେ ଥାଆନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ ନିର୍ଭିକତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସକୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories