www.samajalive.in
Monday, December 15, 2025
15.1 C
Bhubaneswar

କାର୍ତ୍ତିଙ୍କ ନାର୍କୋ ଟେଷ୍ଟ କରିବ ସିବିଆଇ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା କାର୍ତ୍ତି ଚିଦମ୍ବରମଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ କରିବାକୁ ସିବିଆଇ ନିଷ୍ପତ୍ତି ନେଇଛି। କାର୍ତ୍ତିଙ୍କ ନାର୍କୋ ଟେଷ୍ଟ କରିବା ପାଇଁ ବୁଧବାର ସିବିଆଇ ଅଦାଲତଙ୍କ ଠାରୁ ଅନୁମତି ଲୋଡିଛି। ମାର୍ଚ୍ଚ ୯ରେ ସିବିଆଇର ଆବେଦନ ଉପରେ ସ୍ୱତନ୍ତ୍ର ବିଚାରପତି ସୁନିଲ ରାଣା ନିଷ୍ପତ୍ତି ନେବେ। ଏହି ମାମଲାରେ କାର୍ତ୍ତିଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରରମଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ଲାଗି ମଧ୍ୟ ସିବିଆଇ ଆବେଦନ କରିଛି। ପିତା ପି. ଚିଦମ୍ବରମ୍‌ କେନ୍ଦ୍ର ସରକାରରେ ଅର୍ଥମନ୍ତ୍ରୀ ଥିବାବେଳେ କାର୍ତ୍ତି ଅନିୟମିତତା ପୂର୍ବକ ଆଇଏନଏକ୍ସ ମିଡିଆକୁ ବିଦେଶ ପୁଞ୍ଜିପ୍ରୋତ୍ସାହନ ପ୍ରୋମୋସନ ବୋର୍ଡ (ଏଫଆଇପିବି) ଅନୁମତି ଦେବା ଲାଗି ଅନୁକମ୍ପା ପ୍ରଦର୍ଶନ କରିଥିଲେ। ଏଥିପାଇଁ ସେ ଉକ୍ତ ମିଡିଆ କମ୍ପାନୀ ଠାରୁ ବିପୁଳ ଅର୍ଥ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories