www.samajalive.in
Sunday, December 14, 2025
26.1 C
Bhubaneswar

କେଭି ଏକାଦଶ ଶ୍ରେଣୀରେ ନାମ ଲେଖା ପାଇଁ ସାଂସଦ ସୁପାରିସ କରିବେ ନାହିଁ

ନୂଆଦିଲ୍ଲୀ : ଏଣିକି ସାଂସଦ କୋଟା ଅଧୀନରେ କୌଣସି ସାଂସଦ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ର ଏକାଦଶ ଶ୍ରେଣୀରେ ନାମ ଲେଖାଇବା ଲାଗି ସୁପାରିସ କରିପାରିବେ ନାହିଁ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌)ର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କେଭିଏସ୍‌ ପକ୍ଷରୁ ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବା ଲାଗି ସାଂସଦ କୋଟାରେ ସୁପାରିସକୁ ବନ୍ଦ କରିଦିଆଯାଇଥିଲା। ଏଣିକି ସାଂସଦମାନେ ସେମାନଙ୍କ କୋଟା ବ୍ୟବହାର ପୂର୍ବକ କେବଳ ପ୍ରଥମରୁ ନବମ ପର୍ଯ୍ୟନ୍ତ ଶ୍ରେଣୀରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀଙ୍କ ନାମ ସୁପାରିସ କରିପାରିବେ। ଉଲ୍ଲେଖଯେ କେଭିରେ ନାମ ଲେଖାଇବା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିକଟରେ ୪୫୦ ଆସନ ପାଇଁ କୋଟା ରହିଛି। ସ୍ୱତନ୍ତ୍ର କୋଟା ଅନୁଯାୟୀ ପ୍ରତ୍ୟେକ ସାଂସଦ ଗୋଟିଏ ଶିକ୍ଷାବର୍ଷରେ ଅତିବେଶୀରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ନାମ ସୁପାରିସ କରିପାରିବେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ ସୁଦ୍ଧା ସାଧାରଣ ନାମ ଲେଖା କାର୍ଯ୍ୟକ୍ରମ ଶେଷ ହେବ। ସାଂସଦ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୁପାରିସ କରିଥିବା ଛାତ୍ରଛାତ୍ରୀଙ୍କ ନାମଲେଖା କାର୍ଯ୍ୟକ୍ରମ ମେ ୩୦ ସୁଦ୍ଧା ଶେଷ ହେବ। ଏଥିଲାଗି ସାଂସଦମାନେ ଏପ୍ରିଲ ୧୬ ସୁଦ୍ଧା ନିଜର ସୁପାରିସ ପ୍ରଦାନ କରିବେ। ବିଦ୍ୟାଳୟଗୁଡିକରେ ଶୀଘ୍ର ନାମଲେଖା କାର୍ଯ୍ୟକ୍ରମ ସମାପ୍ତ କରିବା ଦ୍ୱାରା ପାଠପଢା ଉପରେ ଧ୍ୟାନନିବେଶ କରାଯାଇପାରିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ବିଦ୍ୟାଳୟଗୁଡିକରେ ନାମଲେଖା କାର୍ଯ୍ୟକ୍ରମ ଜୁନ୍‌ ଶେଷ ପର୍ଯ୍ୟନ୍ତ ଚାଲୁଥିଲା। ଫଳରେ ପାଠପଢା ବାଧାପ୍ରାପ୍ତ ହେଉଥିଲା।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories