www.samajalive.in
Sunday, December 14, 2025
23.1 C
Bhubaneswar

ଜାହାଜରେ ଅଗ୍ନିକାଣ୍ଡ; ୪ ଭାରତୀୟ ନାବିକ ନିଖୋଜ

ମୁମ୍ବଇ : ଲାକ୍ଷାଦ୍ୱୀପ ଦ୍ୱୀପୁପୁଞ୍ଜ ନିକଟବର୍ତ୍ତୀ ଆରବ ସାଗରରେ ମଙ୍ଗଳବାର ଏକ ପଣ୍ୟବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ୧୩ ଜଣ ଭାରତୀୟଙ୍କ ସମେତ ମୋଟ ୨୭ ଜଣ ନାବିକ ଥିଲେ। ଏମାନଙ୍କ ମଧ୍ୟରୁ ଭାରତୀୟ ତଟରକ୍ଷୀ ବାହିନୀ ୨୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଏପର୍ଯ୍ୟନ୍ତ ଅନ୍ୟ ଚାରିଜଣ ନିଖୋଜ ଅଛନ୍ତି। ନିଖୋଜ ନାବିକମାନେ ଭାରତୀୟ ବୋଲି ଆଶଙ୍କା କରାଯାଉଛି। ସିଙ୍ଗାପୁରରୁ ଏହି ଜାହାଜଟି ସୁଏଜ୍‌ ଅଭିମୁଖେ ଯାତ୍ରା କରୁଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ସୁଦ୍ଧା ଜାହାଜର ଉପରିଭାଗକୁ ନିଆଁ ସ୍ପର୍ଶ କରିବାପରେ କ୍ୟାପଟେନ ସମେତ ସବୁ ନାବିକମାନେ ଅନୋନ୍ୟପାୟ ହୋଇ ସମୁଦ୍ରକୁ ଲମ୍ଫପ୍ରଦାନ କରିଥିଲେ। ବୁଧବାର ସକାଳେ ପୁଣି ତଲାସି ଅଭିଯାନ ଆରମ୍ଭ ହୋଇଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories