www.samajalive.in
Monday, December 15, 2025
16.1 C
Bhubaneswar

ମୁକେଶ ସବୁଠୁ ଧନୀ ଭାରତୀୟ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଚଳିତବର୍ଷ ମଧ୍ୟ ସବୁଠାରୁ ଧନୀ ଭାରତୀୟ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେ ଫୋର୍ବସର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୯ତମ ସ୍ଥାନକୁ ଉନ୍ନତି ହୋଇଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୧୬.୯ ବିଲିୟନ୍‌ ଡଲାର ବୃଦ୍ଧି ପାଇ ୪୦.୧ ବିଲିୟନ୍‌ ଡଲାରରେ ପହଞ୍ଚିଛି। ଗତବର୍ଷ ୨୩.୨ ବିଲିୟନ୍‌ ଡଲାର ମୂଲ୍ୟର ସମ୍ପତ୍ତି ସହିତ ସେ ତାଲିକାର ୩୩ ତମ ସ୍ଥାନରେ ଥିଲେ। ୱିପ୍ରୋ ମାଲିକ ଆଜୀମ୍‌ ପ୍ରେମ୍‌ଜୀ ୧୮.୮ ବିଲିୟନ ଡଲାର ସମ୍ପତ୍ତି ସହିତ ଚଳିତବର୍ଷ ଏହି ତାଲିକାରେ ୫୮ତମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ଏଥିସହ ସେ ଦ୍ୱିତୀୟ ଧନୀ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି। ଗତବର୍ଷ ସେ ୧୪.୯ ବିଲିୟନ ଡଲାର ସହିତ ତାଲିକାର ୭୨ ତମ ସ୍ଥାନରେ ଥିଲେ।
ଜିନ୍ଦଲ ଇସ୍ପାତ୍‌ ଏବଂ ଶକ୍ତି କମ୍ପାନୀର ସାବିତ୍ରୀ ଜିନ୍ଦଲ ୮.୮ ବିଲିୟନ ଡଲାର ସହିତ ଫୋର୍ବସ ତାଲିକାରେ ୧୭୬ ତମ ସ୍ଥାନରେ ରହିଥିଲେ ମଧ୍ୟ ତାଙ୍କୁ ସବୁଠାରୁ ଧନୀ ଭାରତୀୟ ମହିଳା ମାନ୍ୟତା ମିଳିଛି। ବାୟୋଟେକ୍‌ ଉଦ୍ୟୋଗପତି କୀରଣ ମଜୁମ୍‌ଦାର-ଶା ୩.୬ ବିଲିୟନ ଡଲାର ସହିତ ଫୋର୍ବସ ତାଲିକାର ୬୨୯ତମ ସ୍ଥାନରେ ରହିଛନ୍ତି। ଫାଇନାନ୍ସିଆଲ୍‌ ଟେକ୍ନୋଲୋଜି ଉଦ୍ୟୋଗପତି ବିଜୟ ଶେଖର ଶର୍ମା (୩୯) ସର୍ବକନିଷ୍ଠ ଧନୀ ଭାରତୀୟ ଭାବେ ଫୋର୍ବସ ତାଲିକାରେ ୧,୩୯୪ତମ ସ୍ଥାନରେ ରହିଛନ୍ତି। ଫୋର୍ବସର ଏହି ବାର୍ଷିକ ତାଲିକାରେ ବିଶ୍ୱର ମୋଟ ୨୨୦୮ ଧନୀ ବ୍ୟକ୍ତିଙ୍କର ନାମ ରହିଛି। ଏମାନଙ୍କ ମଧ୍ୟରୁ ୧୨୧ ଜଣ ଭାରତୀୟ କୋଟିପତି। ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ତାଲିକାରେ ୧୯ ଜଣ ଅଧିକ ଧନୀ ଭାରତୀୟଙ୍କ ନାମ ସ୍ଥାନ ପାଇଛି। କୋଟିପତିଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଥିବା ବେଳେ ୫୮୫ ଜଣ କୋଟିପତି ବ୍ୟକ୍ତିଙ୍କ ସହ ଆମେରିକା ପ୍ରଥମ ଏବଂ ୩୭୩ ଜଣ କୋଟିପତି ବ୍ୟକ୍ତିଙ୍କୁ ନେଇ ଚୀନ୍‌ ଦ୍ୱିତୀୟ ସ୍ଥାନରେ ରହିଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories