mission shakti banner

ଦୁଇ ବର୍ଷରେ ୭୭୭ ଅନୁପ୍ରବେଶ ଘଟଣା

BSKY banner  750×100
0

ନୂଆଦିଲ୍ଲୀ : ବିଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ ସୀମା ସଂଲଗ୍ନ ନିୟନ୍ତ୍ରଣ ରେଖାରେ ୭୭୭ଟି ଅନୁପ୍ରବେଶ ଘଟଣା ଘଟିଛି ଏବଂ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ୯୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଏହି ସମୟରେ ପଞ୍ଜାବ ସୀମାରେ ୧୬ଟି ଅନୁପ୍ରବେଶ ଘଟଣା ଘଟିଥିବାବେଳେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୨୦୧୬ରେ ଜାମ୍ମୁ କାଶ୍ମୀରସ୍ଥିତ ନିୟନ୍ତ୍ରଣ ରେଖାରେ ୩୭୧ଟି ଅନୁପ୍ରବେଶ ଘଟଣା ଘଟିଥିବାବେଳେ ୩୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ଓ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ୨୦୧୭ରେ ପାକିସ୍ତାନ ସୀମାରୁ ୪୦୬ ଥର ଅନୁପ୍ରବେଶ ଉଦ୍ୟମ ହୋଇଥିବାବେଳେ ୫୯ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ନିପାତ କରିବାରେ ସକ୍ଷମ ହୋଇଥିଲେ। ପାକିସ୍ତାନ ସଂଲଗ୍ନ ସୀମାରେ ଭାରତୀୟ ଯବାନ ଅହରାତ୍ର ପହରା ଦେଉଥିବାବେଳେ ଯେକୌଣସି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାକୁ ସେମାନେ ସକ୍ଷମ ବୋଲି ରିଜିଜୁ କହିଛନ୍ତି। ଜାମ୍ମୁ କାଶ୍ମୀରର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ ବ୍ୟବସ୍ଥା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିଲେ ସୁଦ୍ଧା ଭାରତୀୟ ଯବାନ ଏଠାରେ ତୀକ୍ଷ୍ଣ ନଜର ରଖୁଥିବା ସେ କହିଛନ୍ତି। ରାତ୍ରିକାଳୀନ ଦୂରବୀକ୍ଷଣ ଯନ୍ତ୍ର ସମେତ ଅନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅନୁପ୍ରବେଶକାରୀଙ୍କ ଉଦ୍ୟମକୁ ବିଫଳ କରାଯାଉଛି। ନିୟନ୍ତ୍ରଣ ରେଖାର କେତେକ ସମ୍ବେଦନଶୀଳ ସ୍ଥାନଗୁଡିକୁ ଚିହ୍ନଟ କରାଯାଇ ସେଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଉଛି ବୋଲି ରିଜିଜୁ କହିଛନ୍ତି।

Leave A Reply